***ସଂସାର ରଥକୁ***

0 83

ସଂସାର ରଥକୁ ଟାଣି ଟାଣି ପ୍ରଭୁ
ଆୟୂଷ ଗଲାଣି ସରି….
ମୋ ଜୀବନ ରଥ ଟାଣି ନେଏ କାଳିଆ
ଯାଆନ୍ତି ସଂସାରୁ ତରି
ରେ କାଳିଆ ଯାଆନ୍ତି ସଂସାରୁ ତରି…!!
ଏ ମିଛ ସଂସାରେ ନାହିଁ ସୁଖ ଶାନ୍ତି
ମାୟାର ଜଞ୍ଜାଳ ଜାଲ….
ଛନ୍ଦି ହୋଇ ପ୍ରାଣ ହୁଏ କଲବଲ
ମରଣ ସବୁଠୁ ଭଲ….
ରେ କାଳିଆ…..
ଯାଆନ୍ତି ସଂସାରୁ ତରି….!୧!
ମୁକତିର ପଥ ଏକା ଜଗନ୍ନାଥ
ସୁଖର ସଂପଦ ତୁହି….
ତୋ ବେନି ନୟନ ସୂର୍ଯ୍ୟ ଚନ୍ଦ୍ର ପରା
ଅପଲକେ ଅଛି ଚାହିଁ….
ରେ କାଳିଆ….
ସଂସାରୁ କରି ଦେ ପାରି…..!୨!
ପୁରୀ ବଡ଼ ଦାଣ୍ଡେ ତୋର ନନ୍ଦିଘୋଷେ
ପାରୁନି ଦର୍ଶନ କରି…..
ତୋ ଅଭଡ଼ା ତୁଣ୍ଡେ ଦେଇନ ପାରଇ
ଆଶା ମୋ ସପନ ପରି…..
ରେ କାଳିଆ….
ତୁଣ୍ଡେ ଥାଉ ହରି ହରି….!୩!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.