ବାଲିଗୁଡା,୧୪/୦୨(ପିପିଟି) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ରେଞ୍ଜ ହରିପୁର ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ବେଳେ ବନ ବିଭାଗ ଚଢ଼ାଉ କରି ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ଘଟଣା ସମ୍ପର୍କରେ ସୂଚନା ପାଇ ବନରକ୍ଷୀ ରୂପଶ୍ରୀ ଦିଗାଳ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କ ସହଯୋଗରେ ୩ ଜଣ ଅଭିଯୁକ୍ତ ମାଦାଗୁଡ଼ା ଗ୍ରାମର ସାଜି ମଲ୍ଲିକ, ମିନାକ୍ଷୀ ମଲ୍ଲିକ ଓ ତିମାସ୍ ମଲ୍ଲିକ ହୋଇଥିବା ବେଳେ ଘଟଣାସ୍ଥଳରୁ ୨୯ ଟି ମୁଲ୍ୟବାନ ଗଛର ଗଣ୍ଡିକୁ ମଧ୍ୟ ଜବତ କରିଛି ବନବିଭାଗ । ଗିରଫ ତିନି ଅଭିଯୁକ୍ତ ମାନେ ସଂରକ୍ଷିତ ଜଙ୍ଗଲ କାଟି ସଫା କରି ଜବରଦଖଲ କରିବା ପାଇଁ ଚେଷ୍ଟା କରୁଥିବା ବିଷୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏନେଇ ବନ୍ୟ ସଂରକ୍ଷଣ ଆଇନ୍ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ କରୁଛି ବୋଲି ତୁମୁଡ଼ିବନ୍ଧ ରେଞ୍ଜର ରଜନୀକାନ୍ତ ମେହେର ପ୍ରକାଶ କରିଛନ୍ତି।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ