ଜଗତ୍ସିଂହପୁର,୧୦/୦୧(ପିପିଟି):ଜଗତସିଂହପୁର ଜିଲ୍ଲାରେ ଅଦିନିଆ ବର୍ଷାରେ ଆତ୍ମହତ୍ୟା କରିଥିବା ୪ ଜଣ କ୍ଷତିଗ୍ରସ୍ତ ଧାନ ଓ ପନିପରିବା ଚାଷୀଙ୍କୁ ଅନୁ୍ନ୍ଯ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା, ସ୍ବଳ୍ପ ଅବଧି କାରଣରୁ ସରକାରଙ୍କ ଠାରେ ଆବେଦନ କରି ପାରି ନଥିଵା ହଜାର ହଜାର ଚାଷୀ ଓ ଭାଗଚାଷୀ ଙ୍କ କ୍ଷୟକ୍ଷତି ର ସଠିକ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା, ତୁରନ୍ତ ମଣ୍ଡି ଖୋଲିବା ସହ ସରକାରଙ୍କ ଦ୍ଵାରା ବୋନସ ସହ ଘୋଷିତ ରାଶି କ୍ଵିଣ୍ଟାଲ ପ୍ରତି ଧାନ ୩୧୦୦.୦୦ ଟଙ୍କା ପ୍ରଦାନ କରିବା ଦାଵିରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓଡ଼ିଶା ରାଜ୍ୟ କମିଟି ଡାକରାରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶୀଭୂଷଣ ସ୍ବାଇଁ, ସଂପାଦକ ମଣ୍ଡଳୀ ସଭ୍ୟ ରାମଚନ୍ଦ୍ର ମୁଦୁଲି, ସିପିଆଇ ଜିଲ୍ଲା ସମ୍ପାଦକ ଅଜୟ କୁମାର ବେହେରା,ଶ୍ରମିକ ନେତା ଲୋଭାକାନ୍ତ ସ୍ଵାଇଁ, ଏସ୍ ୟୂ ସି ଆଇ ନେତା ପ୍ରଦୀପ୍ତ ରାମ, ଓଡ଼ିଶା କୃଷକ ସଭା ସଂପାଦକ ଗଣେଶ୍ଵର ମାଣିଆ, ଅଖିଳ ଭାରତ ଯୁବ ସଂଘ ରାଜ୍ୟ ସଂପାଦକ ସତ୍ୟ ରଞ୍ଜନ ମହାନ୍ତି, ଅଖିଳ ଭାରତ କୃଷକ ସଭା ଜିଲ୍ଲା ଉପସଭାପତି ରାଜକିଶୋର ଦାସ, କୋଷାଧ୍ୟକ୍ଷ ନାରାୟଣ ଭୋଳ, ଯୁବନେତା ମାନସ ମୁଦୁଲି,ଅଶୋକ ଜେନା ପ୍ରମୁଖ ସାମିଲ ହୋଇଥିଲେ । ଗଣତାନ୍ତ୍ରିକ ବିକ୍ଷୋଭ ପ୍ରଦର୍ଶନ କୁ ପ୍ରଶାସନ ପକ୍ଷରୁ ପୋଲିସ ସହାୟତାରେ ୧୪୪ ଧାରା ଲଗାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ନ ଯିବାକୁ ବାରଣ କରିବାକୁ ଉପସ୍ଥିତ ନେତୃମଣ୍ଡଳୀ ରାଜ୍ଯ ସରକାରଙ୍କ କୃଷକ ମାରଣ ଓ ପୁଞ୍ଜିପତି ତୋଷଣ ଦୋମୁହାଁ ନୀତି ର ତୀବ୍ର ସମାଲୋଚନା କରିଥିଲେ । ଜଗତସିଂହପୁର ଜିଲ୍ଲାରେ ପ୍ରଥମ କରି ଚାଷୀ ଆତ୍ମହତ୍ୟା ଘଟଣା ପରିପ୍ରେକ୍ଷୀରେ ଚାଷୀମାନେ ଧୈର୍ଯ୍ୟ ନ ହରାଇ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ ଜାରି ରଖିବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ। କୃଷକ ଓ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ଙ୍କ ଠାରୁ ଜଗତସିଂହପୁର ଉପଜିଲ୍ଲାପାଳ ବିକ୍ଷୋଭ ସ୍ଥଳରୁ ଦାବିପତ୍ର ଗ୍ରହଣ କରିଥିଲେ ।
ରିପୋର୍ଟ : ସୁକାନ୍ତ କୁମାର ମହାନ୍ତି ।