ବୋଲଗଡ୧୫/୧୨(ପିପିଟି):ବୋଲଗଡ଼ ବ୍ଲକ ସଂପୂର୍ ଗ୍ରାମର ବାଲୁଙ୍କେଶ୍ୱର ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଟାଙ୍ଗୀ ପଡ଼ିଆଠାରେ ଶନିବାର ଚତୃଦଶ ତମ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି।ନଟଆଉଟ୍ ଭିତ୍ତିରେ ଖେଳାଯିବାକୁ ଥିବା ଏହି ଟୁର୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାର ୧୬ ଟି ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ଆଜିର ଉଦଘାଟନୀ ମ୍ୟାଚରେ ଠଣାପଲ୍ଲୀ ମା ତାରିଣୀ କ୍ରିକେଟ କ୍ଳବ ଓ ହାଟବସ୍ତ ମା ବିମଳା କ୍ରିକେଟ କ୍ଳବ୍ ମଧ୍ୟରେ ମୁକାବିଲା ହୋଇଥିଲା।ହାଟ ବସ୍ତଦଳ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ୧୭ ଓଭରରେ ସମସ୍ତ ଉଇକେଟ ହରାଇ ୭୫ରନ କରିଥିଲା।ଏହାର ଜବାବରେ ଠଣା ପଲ୍ଲୀ ଦଳ ୧୧ଓଭର ୪ଉଇକେଟ ବିନିମୟରେ ୭୬ ରନ କରି ବିଜୟୀ ହୋଇଥିଲା ।ଏହି ମ୍ୟାଚଟିକୁ ଆମ୍ପେୟର ଭାବେ ଲକ୍ଷ୍ମୀଧର ପ୍ରଧାନ ଓ ଜିତେନ୍ଦ୍ର କୁମାର ମହାନ୍ତି ପରିଚାଳନା କରିଥିଲେ।ଉଦ୍ଘାଟନୀ ସମାରୋହରେ
ମୁଖ୍ୟ ଅତିଥି ଭାବେ ବୋଲଗଡ଼ ବେଗୁନିଆ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରଦୀପ କୁମାର ସାହୁ , ମୁଖ୍ୟ ବକ୍ତା ଭାବେ ଜିଲ୍ଲାପରିଷଦ ସଦସ୍ୟା ଙ୍କପ୍ରତିନିଧି ଶୁଭେନ୍ଦୁ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ବିଜେଡ଼ି ସଭାପତି ଚିତ ରଂଜନ ମିଶ୍ର, ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ସ୍ୱାଇଁ, ସମାଜ ସେବୀ ଶ୍ରୀଧର ଦତ୍ତ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ କ୍ଲବର ସଦସ୍ୟ ବିକୁ, ରଘୁ, ଚଗଲା, ଗାନ୍ଧୀ, ଶିଶିର ବସ୍ତି, ବୁଲୁ ସାହୁ, ନଣ୍ଡା, ଗାଙ୍ଗୁଲି, ହରପ୍ରାସଦ ମହାନ୍ତି , ପ୍ରମୁଖ ସହଯୋଗ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)