ବୋଲଗଡ଼,୦୮/୦୯ (ପିପିଟି): ଓଡିଶାରେ ପାଳିତ ହେଉଥିବା ଅନ୍ନ, ଅନ୍ନଦାତା, ଏକତା,କୃଷିଭିତ୍ତିକ ଓ ସାମ୍ୟବାଦର ପର୍ବ ନୂଆଖାଇ ।ଏହି ପର୍ବ ପାଳନ ଦ୍ୱାରା ମନୋମାଳିନ୍ୟ ଦୂରୀଭୁତ ହୁଏ।ବିଶେଷ କରି ପଶ୍ଚିମ ଓଡିଶାରେ ଏହି ନୂଆଖାଇ ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଥିବା ବେଳେ ପୂର୍ବ ଓଡିଶାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସଂପୁର ଗ୍ରାମରେ ଧୁମ୍ ଧାମ ରେ ପାଳିତ ହେଉଛି ଏହି ଗଣପର୍ବ।ରବିବାର ଦିନ ସଂପୁର ଗ୍ରାମବାସୀ ପୂର୍ବାହ୍ନରେ ନିତ୍ୟକର୍ମ ଓ ସ୍ନାନ ସମାପନ ସାରି ନୂଆ ବସ୍ତ୍ର ପରିଧାନ କରି ନିଜ ଗ୍ରାମରେ ଥିବା ବାଲୁଙ୍କେଶ୍ଵର ମନ୍ଦିରରେ ଉପସ୍ଥିତ ହୋଇ ନୂଆ ଚାଉଳ, ନୂଆ ଚୁଡା, କଦଳୀ,ଆମ୍ବ,ସେଓ ,ଜାମୁ ନଡିଆ ଆଦି ବିଭିନ୍ନ ପ୍ରକାର ଫଳ ଠାକୁରଙ୍କ ପାଖରେ ନବାନ୍ନ ବ୍ୟଞ୍ଜନ ଲାଗି କରିଥିଲେ। ତାହାପରେ ସମସ୍ତ ଗ୍ରାମବାସୀ ପିଠା ପଣା ପୁରୀ,କ୍ଷୀରି ,ମିଠା,ଡାଲି,ତରକାରୀ ,ଶାଗ,ଖଟା ଏ ସମସ୍ତ ପ୍ରସାଦକୁ ଘରକୁ ନେଇ ଆନନ୍ଦ ସହକାରେ ଏକତ୍ର ବସି ସେବନ କରିଥିଲେ ।କନିଷ୍ଠମାନେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପଦତଳେ ପ୍ରଣାମ ଜଣାଇ ଆଶୀର୍ବାଦ ଗ୍ରହଣ କରିଥିଲେ ।କିମ୍ବଦନ୍ତୀ ଅନୁସାରେ ଖୋର୍ଦ୍ଧା ରାଜାଙ୍କ କନ୍ୟା ମୁକ୍ତାଦେଇ ସମ୍ବଲପୁରର ରାଜା ଜୟନ୍ତ ସିଂହଙ୍କୁ ବିବାହ କରିଥିଲେ। ୧୯୧୭ ମସିହାରେ ମରହଟ୍ଟା ଓ ଇଂରେଜ ମାନଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହେବା କାରଣରୁ ସେ ଯୌତୁକ ବାବଦରେ ପାଇଥିବା ରାଜ୍ୟରେ ଆସି ଅବସ୍ଥାନ କଲେ। କାରଣ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରେ ଇଂରେଜ ମାନଙ୍କ କଠୋର ଶାସନ କୁ ପାଇକମାନେ କାର୍ଯ୍ୟକାରୀ କରାଉନଥିଲେ। ସମ୍ବଲପୁର ରାଣୀ ଏହି ପାଞ୍ଚଗଡର ରାଜଧାନୀ ସଂମପୁର ରେ ନଅର କରି ରହିଥିବାରୁ ନୂଆଖାଇ ପର୍ବକୁ ଆରମ୍ଭ କରିଥିଲେ। ଉଦ୍ଘାଟନୀ ଉତ୍ସବରେ କମିଟିର ସଭାପତି ନିରଞ୍ଜନ ନାୟକ ପୌରୋହିତ୍ୟ କରିଥିଲେ ଏବଂ ସହସଂପାଦକ ହରପ୍ରସାଦ ମହାନ୍ତି ସଂଯୋଜନା କରିଥିଲେ । ଏଥିରେ ଶିବ ନାରାୟଣ ମିଶ୍ର ମୁଖ୍ୟ ଅତିଥି,ଶ୍ୟାମସୁନ୍ଦର ଛୋଟରାୟ ମୁଖ୍ୟବକ୍ତା,ରବୀନ୍ଦ୍ର ପରିଡ଼ା,ଜଳଧର ମହାନ୍ତି,ଶ୍ରୀରାଞ୍ଜନ ମଙ୍ଗରାଜ, ମଧୁସ୍ମିତା ଷଡ଼ଙ୍ଗୀ, ବିଶ୍ୱଜିତ ସ୍ବାଇଁ,ଗୋପୀନାଥ ଖାଡ଼ଙ୍ଗା, ସେବତୀ ପରିଡ଼ା, ପ୍ରମୋଦ କୁମାର ସ୍ବାଇଁ, ବିରଞ୍ଚି ନାରାୟଣ ମିଶ୍ର, ପ୍ରହଲ୍ଲାଦ ମଙ୍ଗରାଜ, ପ୍ରଫୁଲ୍ଲ କୁମାର ଦେଓ, ଶ୍ରୀଧର ଦତ୍ତ,ଧନେଶ୍ଵର ସ୍ବାଇଁ ଓ କୃଷ୍ଣଚନ୍ଦ୍ର ଝପଟସିଂହ ଯୋଗଦାନ କରି ସଂପୁର ଗ୍ରାମର ଭାଇଚାରା ଯୋଗୁଁ କଳା ସହ ଜଡିତ ଏ ଗ୍ରାମର ପବିତ୍ର ମାଟିକୁ ମଥାନତ କରି ଦୀର୍ଘ ଦୁଇଶହ ପାଞ୍ଚ ବର୍ଷ ଧରି ମହା ସମାରୋହରେ ନୂଆଖାଇ ମହୋତ୍ସବ ଭେଟଘାଟ ପାଳନ କରିସମଗ୍ର ପୂର୍ବ ଓଡ଼ିଶାର ଗୌରବ ବୃଦ୍ଧିକରିଥିବାରୁ ସଂପୁର ମହୋତ୍ସବ କମିଟି ସମେତ ମୁଖ୍ୟ ଉଦ୍ୟୋକ୍ତା ଚିକିତ୍ସକ ନିରଞ୍ଜନ ନାୟକ, ସମ୍ପାଦକ ଅବିନାଶ ମହାନ୍ତି, ସହସମ୍ପାଦକ ହରପ୍ରସାଦ ମହାନ୍ତି ଏବଂ ସଂପୁରର ଯୁବଗୋଷ୍ଠୀ ଓ ବରିଷ୍ଠ ନାଗରିକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।ଅବିନାଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ତତ୍ପରେ ମଞ୍ଚରେ ନିଜ ଗ୍ରାମର କଳାକାର ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥବା କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।