ଯାଜପୁର,୦୧/୦୫(ପିପିଟି) :ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆ ପାଣି ଖଣି ଅଞ୍ଚଳରେ ଆଜି ଏସ.ଆର୍.ସି.କେ.ଏମ୍.ଏସ ପାଳନ କଲା ଶ୍ରମିକ ଦିବସ । ଆଜି ସକାଳ ୯ ଘଟିକା ସମୟରେ କଳରଙ୍ଗି ଛକ ଠାରୁ ଏକ ବିରାଟ ପଟୁଆରରେ ୧୦୦୦ ରୁ ଅଧିକ ମୋଟରସାଇକେଲରେ ଶୋଭାଯାତ୍ରା ରେ ମୁଖ୍ୟ ଅତିଥି ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ଶ୍ରମିକ ସଂଘର ଉପଦେଷ୍ଠା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କାଳିଆ ପାଣି ଶ୍ରମିକ ସଂଘ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ। ସେଠାରେ ମହିଳା ମାନଙ୍କ ଦ୍ଵାରା ଭବ୍ୟ ସ୍ବାଗତ କରାଯାଇଥିଲା । ପ୍ରଭାତ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଅତିଥି ପରିଚୟ ଓ ପରେ ବକ୍ତା ମାନଙ୍କର ବକ୍ତ୍ୟବ୍ୟ ଆରମ୍ଭ ହୋଇଥିଲା। ସମାଜସେବୀ ତଥା ଶ୍ରମିକ ନେତା ମାନସ ସାହୁ ତାଙ୍କ ଉଦୋବୋଧନ ରେ କହିଲେ ଅନେକ ଶ୍ରମିକ ସଂଘ ଦେଖିଛି କିନ୍ତୁ କାଳିଆ ପାଣି ଅଞ୍ଚଳରେ ଏମିତି ଏକ ଶ୍ରମିକ ସଂଘ ଅଛି ଯିଏ ଶ୍ରମିକ ମାନଙ୍କର ସମସ୍ୟା କଥା ବୁଝିବା ସହ ଖଣି ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ଗୁରୁତ୍ବ ଦେଇ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିପାରିଛି ଯାହାକି ପ୍ରସଂଶନୀୟ। ସେହିପରି ମୁଖ୍ୟ ଅତିଥି ତାଙ୍କ ଉଦବୋଧନ ରେ କହିଲେ ୪୭ ବର୍ଷ ତଳୁ କାଳିଆ ପାଣି ଖଣି ଅଞ୍ଚଳରେ ସଂଘର୍ଷରୁ ଜନ୍ମ ନେଇଥିଲା ଏସ ଆର୍ ସି କେ ଏମ୍ ଏସ ଶ୍ରମିକ ସଂଘ । ପ୍ରାପ୍ତ ବୟସ ରେ ପହଞ୍ଚି ସାରିଛି ସଂଘ । ୫୦୦୦ ରୁ ଅଧିକ ସ୍ଥାନୀୟ ଲୋକ ନିଯୁକ୍ତି ପାଇପାରିଛନ୍ତି । ଏକ ମନୋଭାବ ନେଇ ଶ୍ରମିକ ଏକାଗ୍ରତା ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସଂଘ ବୋଧ ହୋଇ ଏକତ୍ରିତ ହୋଇ ରହିବାକୁ ଆହ୍ବାନ ଦେଇଛନ୍ତି । ପ୍ରତ୍ୟେକ ଖଣିରେ ଏବେ ସମସ୍ୟା ଦେଖାଦେଇଛି । ଯାହାକି ସୁକିନ୍ଦା ପାଇଁ ଶୁଭଙ୍କର ନୁହଁ । ଖଣି ଖୋଲାଯାଉ ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ହୁଅନ୍ତୁ ବୋଲି ଶ୍ରୀ ଘଡାଇ ତାଙ୍କ ଉଦବୋଧନ ରେ କହିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ତଥା ଶ୍ରମିକ ନେତା ମାନସ ରଞ୍ଜନ ସାହୁ, ସୁକିନ୍ଦା ବ୍ଲକ ବିଜୁ ଜନତା ଦଳର ସଭାପତି ବିବେକାନନ୍ଦ ବୋଷ । ୩୭ ନମ୍ବର ଜୋନ ଜିଲ୍ଲାପରିଷଦ ଜେମା ଚାଖି, ଏସ ଆର୍ ସି କେ ଏମ୍ ଏସ ର ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ,ନାରାୟଣ ଚନ୍ଦ୍ର ଧିର, କିଲା ବାବୁ, ବ୍ରଜ କିଶୋର ବାରିକ୍,ସୁକିନ୍ଦା ଗଡ ସରପଞ୍ଚ ସ୍ଵାଧୀନ ଦାସ୍, ଜୟନ୍ତ ରାଉତ,ପିମ୍ପୁଡ଼ିଆ ସମିତିସଭ୍ୟା ପଙ୍କଜିନି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।