ବୋଲଗଡ,୧୨/୦୩(ପିପିଟି):ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ସମ୍ମିଳନୀ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ପୋରୋହିତ୍ୟ କରିଥଲେ। ସଭା ସ୍ଥଳରେ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ମାଗୁଣି ପ୍ରଧାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ କାଉତରାସ୍ଥିତ ସରକାରୀ
ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ ଛୁଆଳ ସିଂହ ସ୍ୱାଗତ କରିଥିବାବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବଳବନ୍ତରାୟ ମୁକୁଟ ପରିଧାନ କରାଇ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ
କରିଥିଲେ । ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ
ସମ୍ପର୍କରେ ସମ୍ୟକ ସୁଚନା ପ୍ରଦାନ
କରିଥିଲେ । ତାପରେ ସଂଯୋଜକ
ପଦ୍ମ ଚରଣ ବେହେରା ଗତ ବୈଠକର ବିବରଣୀ ପଠନ କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ
ବଳବନ୍ତରାୟ, ପ୍ରଧାନ ଶିକ୍ଷକ ବଦ୍ରୁଲ
ହାସନ ଖାଁ, ଶ୍ରୀଧର ସାହୁ, ଧ୍ରୁବ ଚରଣ ତ୍ରିପାଠୀ, ସନ୍ତୋଷ କୁମାର ସାହୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ପାଇଁ ବିଭିନ୍ନ ଯୋଜନାଏବଂ ଆଧାରୁ ପାଠ ଛାଡୁଥିବା ପିଲାମାନେ ମୁକ୍ତ ବିଦ୍ୟାଳୟରେ ନାମ ଲେଖିବା କ୍ଷେତ୍ରରେ ଶିକ୍ଷକମାନଙ୍କ ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ମହାପାତ୍ର,ଜ୍ୟୋତିର୍ମୟୀ ସାହୁ,ପ୍ରଧାନଶିକ୍ଷକ ବିଦ୍ୟାଧର ମହାରଣା, ବିରୁପାକ୍ଷ୍ୟ ଶତପଥୀ, କ୍ଷେତ୍ର ମୋହନ ରଣା, ବିଶ୍ୱରଂଜନ ସିଂହ ଦେଓ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାପରେ କେଉଁ ସବୁ ଧନ୍ଦାମୁଳକ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଆଲୁମିନିଙ୍କୁ ବିଦ୍ୟାଳୟରେ ସଂଯୋଗ କରି ବିଦ୍ୟାଳୟର କିପରି ଉନ୍ନତି ସା୍ଧିତ ହେବ ସେହି ସମ୍ପର୍କରେ ଆଲୋଚନା କରିଥଲେ ।ଆସପିରେସନାଲ କମ୍ପୋନେଣ୍ଟର ଉପାଦେୟତା ସମ୍ବନ୍ଧରେ ପ୍ରଧାନ ଶିକ୍ଷକ ପିତବାସ ଲେଙ୍କା ଓ ଶିକ୍ଷୟିତ୍ରୀ ମୀରାମଞ୍ଜରୀ ଦାଶ ପ୍ରକାଶ କରିଥିଲେ । ପ୍ରତ୍ୟହ କମ୍ପୁଟରର ଆବଶ୍ୟକତା ଥିବା ସତ୍ତ୍ୱେ ୫ଟି ରୂପାନ୍ତରିତ କେତେକ ବିଦ୍ୟାଳୟକୁ ଗୋଟିଏ ହେଲେ କମ୍ପୁଟର ମିଳିନଥିବାରୁ ସମସ୍ତେ
ଦୁଃଖ ପ୍ରକାଶ କରିଥିଲେ । ଆସନ୍ତା ଗ୍ରୀଷ୍ମ ଛୁଟିରେ ସ୍ମାର୍ଟ ଶ୍ରେଣୀ ଗୃହ, ଇ ଲାଇବ୍ରେରୀ, ବିଜ୍ଞାନାଗାର ଇତ୍ୟାଦିର ରକ୍ଷଣାବେକ୍ଷଣ ପାଇଁ ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶ ଥିବାରୁ ତୁରନ୍ତ ସମସ୍ତ ୫ଟି ଅନ୍ତର୍ଭୁକ୍ତ ବିଦ୍ୟାଳୟରେ ସଫେଇ କର୍ମଚାରୀ ଏବଂ ରାତ୍ରୀ ଜଗୁଆଳ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଅନୁରୋଧ କରିଥିଲେ । ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପା୍ୟନ ନିମିତ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସହଯୋଗ କରିବାକୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ମାଗୁଣି ପ୍ରଧାନ ପରାମର୍ଶ ଦେଇଥିଲେ।ଉକ୍ତ ବୈଠକରେ ବୋଲଗଡ଼ ବ୍ଲକ ର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଯୋଗଦାନ କରି କାର୍ଯକ୍ରମକୁ ସଫଳ
କରିଥିଲେ । ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ପରିଶେଷରେ ତାଳତୁମ୍ବସ୍ଥିତ ପଶ୍ଚିମେଶ୍ୱର ଦେବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)