ମାଲକାନଗିରି,୧୩/୦୩(ପିପିଟି) : ଆଜି ଏମଭି-୩୦ ଗ୍ରାମର ମଣି ଗୋସାଇଁ ଧାମ ଠାରେ ଗୁରୁ ଚାନ୍ଦ ସେନା ତରଫରୁ ଶ୍ରୀ ଶ୍ରୀ ଶ୍ରୀ ଗୁରୁ ଚାନ୍ଦ ଠାକୁରଙ୍କ ୧୭୮ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଖାତା, କଲମ ଓ ମିଠା ବାଣ୍ଟl ଯାଇଥିଲା । ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ପ୍ରଥମ ଥର ଏହି ଉତ୍ସବରେ ୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଆଗାମୀ ଦିନ ଆହୁରି ଅଧିକ ରକ୍ତଦାନ କରିବା ପାଇଁ ଯୁବ ଗୋଷ୍ଠୀ ସଙ୍କଳ୍ପ ନେଇ ଥିଲେ । ଗୁରୁ ଚାନ୍ଦ ସେନା, ପ୍ରୀତିଲତା ବୈରାଗୀ, ତରୁଣ ଘରମୀ, ଧନଞ୍ଜୟ ଵାଲା, ରାଜୀବ, ଅମ୍ରିତା ବିଶ୍ୱାସ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ମାଲକାନଗିରି ସଦର ମହାକୁମାର ଯୁବ ସମାଜ ସେବୀ ଅନୁପ କୁମାର ସୁନାନୀ ଆଜି ପର୍ଯ୍ୟନ୍ତ ୩୯ ଥର ରକ୍ତ ଦାନ କରିଥିବାରୁ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ସର୍ବ ଭାରତୀୟ ମତୁଆଚାର୍ଯ୍ୟ ରବୀନ୍ଦ୍ର ନାଥ ବିଶ୍ୱାସ, ମତୁଆଚାର୍ଯ୍ୟ ପ୍ରକାଶ ମଣ୍ଡଳ, ଉତ୍ସବାନନ୍ଦ ଚୌଧୁରୀ, ଅନୁପ କୁମାର ସୁନାନୀ, ପ୍ରୀତିଶ ମାଝୀ, ଜୟ ଘୋଷ, ରବିନ ବୈରାଗୀ ଓ ରାଜା ଭାଇ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଧାନ କରିଥିଲେ l ସର୍ବ ଶେଷରେ ପ୍ରୀତି ଲତା ବୈରାଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ
କରିଥିଲେ l
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)