ପୋଲସରା ,୨୮/୦୭(ପିପିଟି): ଚଳିତ ପବିତ୍ର ଶ୍ରାବଣ ମାସ ୨୪ ତାରିଖ ଚିତାଲାଗି ଅମାବାସ୍ୟା ତିଥି ଦିବସରେ ଶ୍ରୀ ଶ୍ରୀ ରାମଲିଙ୍ଗ ଚୌଡେଶ୍ୱରୀ ମା”ଙ୍କ ଜନ୍ମ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ଦେବାଙ୍ଗୁଲୁ ସମାଜ ତରଫରୁ ପାଳିତ ହୋଇଯାଇଛି। ସ୍ଥାନୀୟ ମା” ରତନୀ ଠାକୁରାଣୀଙ୍କ ପୀଠ ସ୍ଥିତ ମାତା ଚୌଡେଶ୍ୱରୀଙ୍କ ମନ୍ଦିରରେ ସମାଜର ସଧବା ମହିଳାମାନଙ୍କ ଦ୍ଵାରା ପ୍ରଥମେ ଏକ କଳସଯାତ୍ରା ବାହାର କରାଯାଇ ସ୍ଥାନୀୟ ଓଇରାଣୀ ବନ୍ଧରୁ ଜଳ ଅଣାଯାଇ ପାରମ୍ପରିକ ମା”ଙ୍କ କୁଙ୍କୁମ ପୂଜା କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି କୁଳର ଦଳବେହେରା ଆର୍ ବାବୁ, ଏନ୍ ଭାସ୍କର, ବି ରାମାରାଓ, ଏ ମଲ୍ଲସୁ, ୱାଇ ଚନ୍ଦ୍ର ଶେଖରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନଙ୍କ ସହଯୋଗ ଏବଂ ମିଳିତ ପରିଚାଳନାରେ ସମାପନ ହୋଇଥିବାବେଳେ ଏଥିରେ ଜିଲ୍ଲାର ବେଗୁନିଆପଡା, କବିସୂର୍ଯ୍ୟନଗର, ଆଠଗଡ଼ ଓ ପିତ୍ତଳ ଆଦି ଗ୍ରାମରେ ରହୁଥିବା ସମାଜର ବହୁ ସଂଖ୍ୟାରେ ମହିଳାମାନେ ଯୋଗଦେଇଥିଲେ।
ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା