ବୋଲଗଡ଼,୦୧/୦୩(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟବନ୍ଧ ଗ୍ରାମରେ ଥିବା ଶ୍ରୀ ଶ୍ରୀ ପଶ୍ଚମେଶ୍ୱରଙ୍କ ପୀଠରେ ଆଗାମୀ ମାର୍ଚ୍ଚ ମାସ ୧୫ ରୁ ୧୮ତାରିଖ ପର୍ଯ୍ୟନ୍ତ ଅଷ୍ଟମ ବାର୍ଷିକ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱଶାନ୍ତି କାମନାକରି ଆୟୋଜିତ ହେବାକୁ ଥିବା ମହାଯଜ୍ଞ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇ ଥିଲା। ଏହି ବୈଠକରେ କାର୍ଯ୍ୟକ୍ରମର ରୂପରେଖ ଶାନ୍ତି ଶୃଙ୍ଖଳା ଭକ୍ତଙ୍କ ପାଇଁ ବ୍ୟବସ୍ଥା,ନୀତିକାନ୍ତି ଅନୁସାରେ ନୂତନ ଯଜ୍ଞ ଗୃହ ପ୍ରତିଷ୍ଠା ଓ ଯଜ୍ଞ ଆୟୋଜନ,ସାସ୍କୃତିକ କାର୍ଯ୍ୟ କ୍ରମ, କମିଟି ପକ୍ଷରୁ ପରିମଳ ସ୍ୱାସ୍ଥ୍ୟ ଏବଂ ଭୋଗ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଦାୟୀତ୍ବ ନିର୍ଧାରଣ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁ ମାନଙ୍କ ସହଯୋଗରେ ବିଶାଳ ଆୟୋଜନ ହେବାର ଗୁରୁତ୍ବ ପୁର୍ଣ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକ ଯଜ୍ଞର ସଫଳ ରୂପାୟନ ପାଇଁ ଏକ ଶୁଭାରମ୍ଭ ବୋଲି ଆଞ୍ଚଳିକ କମିଟିର ସଦସ୍ୟ ମାନେ କହିଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।