ଶ୍ରୀ ଶ୍ରୀ ପଶ୍ଚିମେଶ୍ୱରଙ୍କ ପୀଠରେ ସପ୍ତମ ବିଶ୍ଵ ଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା।

0 286

ବୋଲଗଡ଼,୦୯/୦୩(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟବନ୍ଧ ଗ୍ରାମରେ ଥିବା ଆରାଧ୍ୟ ଠାକୁର ପଶ୍ଚିମେଶ୍ୱରଙ୍କ ପୀଠରେ ସପ୍ତମ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ରବିବାର ଦିନ ପଟୁଆର ସହିତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ରତଧାରୀମାନେ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମା ବୁଢିଦେଇ ସିଂହନାଦ ଡ୍ୟାମ୍ ରୁ କଳସ ପାଣିଆଣି ଯଜ୍ଞ ସ୍ଥଳରେସ୍ଥାପନ କରିଥିଲେ। ପାଟବନ୍ଧ,ଜରିପଡା,ପୋଡପାଟଣା,ଗୋଡିଆଳି,ବେଣାଗାଡିଆ,ଖଲିକୋଟ,ଓ ସାଗରଗାଁ ପଞ୍ଚାୟତର ଶ୍ରଦ୍ଧାଳୁ ଭକ୍ତ ମାନେ ଏହି କଳସ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯଜ୍ଞ ପୂରଧା ମୂଖ୍ୟ ଆଚାର୍ଯ୍ୟ ଓ ସାଥୀ ମାନଙ୍କର ପ୍ରତକ୍ଷ ଉପସ୍ଥିତରେ ଅଙ୍କୁର ରୋପଣ କରାଯାଇଥିଲା। ମନ୍ଦିର କମିଟି ଓ ଆଞ୍ଚଳିକ କମିଟି ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.