ଶ୍ରୀ ଜଗନ୍ନାଥ ମହୋତ୍ସବ ର ଷଷ୍ଠ ସନ୍ଧ୍ୟା : ସହର ଉତ୍ସବ ମୁଖର ।

0 245

ସୁବର୍ଣ୍ଣପୁର ,୨୪/୦୩(ପିପିଟି) : ସୁବର୍ଣ୍ଣପୁର ର ସ୍ୱର୍ଣ୍ଣ ପ୍ରୟାଗ ରାମେଶ୍ୱର ଠାରେ ଚାଲିଥିବା ଜଗନ୍ନାଥ ମହୋତ୍ସବର ଷଷ୍ଠ ଦିନର ଅନ୍ତିମ ସନ୍ଧ୍ୟାରେ ମହୋତ୍ସବ କ୍ଷେତ୍ର ଜନ ସମୁଦ୍ର ପାଲଟିଛି । ବାବା ଆର୍ତ୍ତତ୍ରାଣ ଙ୍କ ସ୍ପର୍ଶ ଚିକିତ୍ସା କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହେଉଛନ୍ତି । ମହୋତ୍ସବ କମିଟି ପକ୍ଷରୁ ସପ୍ତାହବ୍ୟାପୀ ଚାଲିଥିବା ଯଜ୍ଞ ଓ ଆଧ୍ୟାତ୍ମିକ କାର୍ଯ୍ଯ କ୍ରମ ରେ ଭକ୍ତ ଶ୍ରଦ୍ଧାଳୁ ପ୍ରବଳ ଭିଡ଼ ଜମିଛି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଉଛି ।ପଞ୍ଚକୁଣ୍ଡିୟ ଘୃତଯଜ୍ଞ ସହ ଚବିଶ ପ୍ରହରୀ ନାମଯଜ୍ଞ ଓ ଜଗନ୍ନାଥଙ୍କ ଦୁଲ୍ଲଭ ବତିଶ ବେଶ ଆଗରେ ଆୟୋଜିତ ବିଷ୍ଣୁ ସହସ୍ର ନାମ ଜପରେ ଅନେକ ଦମ୍ପତ୍ତି ସଂକଳ୍ପ ବ୍ରତ ଗ୍ରହଣ କରିଛନ୍ତି ।

ଦୁଲ୍ଲଭ ବତିଶ ବେଶର ମୁଖ୍ୟ ପରିଚାଳକ ସଚ୍ଚିଦାନନ୍ଦ ମହାପାତ୍ର,ଗୌରୀଗୋ ପାଳ ସେବାଶ୍ରମ ପୁରୀ ଙ୍କ ସାଜ ସଜ୍ଜା ଖୁବ୍ ଆକର୍ଷଣ ସାଜିଛି lମହୋତ୍ସବର ମୁଖ୍ୟମଞ୍ଚରେ ସଂଧ୍ୟାକାଳୀନ ତ୍ରିଆଳତି ସହ ଜଗନ୍ନାଥ କଥାମୃତକୁ ନେଇ ପ୍ରବଚନ ଓ ଭଜନ ପରିବେଷଣ କରାଯାଇଥିଲା ।
ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡକୁ ଦେଖି ସୁବର୍ଣ୍ଣପୁର ମାରୱାଡି ଯୁବା ମଞ୍ଚ ଓ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଜଳଦାନ ସେବା ବ୍ୟବସ୍ଥା କରାଯାଉଛି । ମହୋତ୍ସବର ମୁଖ୍ୟ କମିଟି,ଅର୍ଥ କମିଟି,ଯଜ୍ଞ କମିଟି,ବତିଶ ବେଶ ସଞ୍ଚାଳନ କମିଟି,ଅନ୍ନଯଜ୍ଞ କମିଟି,ନାମଯଜ୍ଞ କମିଟି,ଜଳ ଓ ପରିମଳ କମିଟି ସହ ସ୍ୱଚ୍ଛ ଭାରତ, କଲେଜ ଏନ୍ ସି ସି ଓ ପ୍ରଚାର ପ୍ରସାର କମିଟିର ସମସ୍ତ ସଦସ୍ୟଙ୍କ ସକ୍ରିୟ କାର୍ଯ୍ୟ ସମ୍ପାଦନା ଯୋଗୁଁ ଦୀର୍ଘ ଛଅଦିନ ଧରି ମହୋତ୍ସବ ଶାନ୍ତି ଶୃଙ୍ଖଳା ରେ ଆଗେଇ ଚାଲିଛି । ଆରମ୍ଭରୁ ଆଜିଯାଏଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ଯଜ୍ଞସ୍ଥଳୀ ଉତ୍ସବମୁଖର ହୋଇଉଠିଥିବାବେଳେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ମହୋତ୍ସବକୁ ସଫଳ କରିଛି ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.