ଶ୍ରୀ ଜଗନ୍ନାଥ ଏକାଡେମୀରେ ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ।

0 21

ସୁବର୍ଣ୍ଣପୁର ,୦୭/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ହାଇସ୍କୁଲର ବାର୍ଷିକ କ୍ରୀଡା ସମାରୋହ ଆଜି ହାଇସ୍କୁଲ ପଡିଆରେ ଉତ୍ସାହପୂର୍ଣ୍ଣ ପରିବେଶରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୁଶଳତା ପ୍ରଦର୍ଶନ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ଶୋଭାସିନୀ ମିଶ୍ରଙ୍କ ସଭାପତିତ୍ବରେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ନଳିନୀକାନ୍ତ ବାଘ ମୁଖ୍ୟଅତିଥି ଭାବରେ ଯୋଗଦେଇ କ୍ରୀଡାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ପରିଚାଳନା କମିଟିର ସଭାପତି ବାବୁଲାଲ ମନ୍ତ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ପ୍ରୟାସକୁ ସ୍ୱାଗତ କଲେ। ଖେଳ ଶିକ୍ଷକ ସାନ ଡାଙ୍ଗ ଖେଳ ପରିଚାଳନା କରିଥିବାବେଳେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ, ବ୍ଲକ ବିଜ୍ଞାନ ସଂଯୋଜକ ସୁଧୀର ହୋତା,ଅମିତ ପାତ୍ର, ହୃଷିକେଶ ପଧାନ, ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ,ବିଜୟ ହୋତା ଓ ରାଜୁ ମିଶ୍ର ସକ୍ରିୟ ଭୂମିକା ନିଭାଇଲେ। ବାର୍ଷିକ କ୍ରୀଡା ଉତ୍ସବ ଅବସରରେ ୧୦୦ମି ଦୈଡ,୨୦୦ମି ଦୈଡ,ସଟଫୁଟ,ଡିସକସ, ଲମ୍ବଡିଆଁ, ଉଚ୍ଚଡିଆଁ ଆଦି ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ ହୋଇଥିଲା।ସହଯୋଗୀ ଭାବେ ଶିକ୍ଷୟିତ୍ରୀ ଭଗବତୀ ହୋତା,କବିତା ଭୋଇ, ପୂର୍ଣ୍ଣିମା ନାଏକ ଓ ବିଶ୍ୱେଶ୍ୱର ପଧାନ ସମ୍ମିଳିତ ହୋଇଥିଲେ।ଶେଷରେ ଡ଼ଃ. ପ୍ରଫୁଲ୍ଲ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ କର୍ମଚାରୀ ,ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.