ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୫ତମ ବାର୍ଷିକ ଉତ୍ସବ।

0 10

ପୋଲସରା ,୨୩/୦୩(ପିପିଟି) : ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ମାତୃଗିରିରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୫ତମ ବାର୍ଷିକ ଉତ୍ସବ ସଭାପତି ନାରାୟଣ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ଯ ଅତିଥି ଭାବେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ କୃତିବାସ ବିଶ୍ବାଳ, ମୁଖ୍ୟ ବକ୍ତା ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ସିଆରସିସି ବିଶ୍ବଜିତ ପରିଡା, ଅଧିବକ୍ତା ଟି.ସୁଦର୍ଶନ ପାତ୍ର, ପ୍ରଧାନ ଆଚାର୍ଯ୍ୟ ଦିଲ୍ଲୀପ କୁମାର ରଥ, ଫ୍ରେଣ୍ଡସ୍ କ୍ଳବ ସଭାପତି ଦେବନାଥ ରଣା, ଡାକ୍ତର କିରଣ କୁମାର ପାତ୍ର ଓ ରାଜେନ୍ଦ୍ର ମହାରଣା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଅଧ୍ଯକ୍ଷା ନୟନୀ ମହାରଣା ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କେ. ସମିତ୍ ପାତ୍ର, ଶଙ୍କର ଦୋରା ସମେତ ବିଦ୍ୟାଳୟର ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ସିଲଡ଼ ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.