ଭଞ୍ଜନଗର,୧୯ା/୧୨(ପିପିଟି):ଭଞ୍ଜନଗର ଶ୍ରୀରାମ ନଗର ବ୍ରିଜ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଖାଲା ସାହି ପାର୍କ ଛକରେ ଲୁହା ଗ୍ରୀଲ ଦୋକାନ କରିଥିବା ବାସୁଦେବ ଦାସ ଓ ସ୍ନେକ ହେଲ୍ପ ଲାଇନ ର ସଞ୍ଜୟ ସ୍ବାଇଁ (ସାନୁ) ଦୁଇ ଯୁବକ ଆହତ ହୋଇଛନ୍ତି।ସେମାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।ଆଜି ଦିନସାରା ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିବାରୁ କିଛି ଯୁବକ ପିକନିକ୍ କରିବା ପାଇଁ ନିକଟସ୍ଥ ବନବିହାର କୁ ଯାଇଥିଲେ। ଭଞ୍ଜନଗର ମରାଠୀ ସାହିର ବାସୁଦେବ ଦାସ ତାଙ୍କ ସାଙ୍ଗମାନଙ୍କ ସହ ଅପରାହ୍ନରେ ଭୋଜି ଖାଇ ନିଜ ବାଇକ୍ରେ ଘରକୁ ଫେରୁଥିଲେ। ଏହି ସମୟରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର ସ୍ନେକ ହେଲପଲାଇନ କର୍ମଚାରୀ ସଞ୍ଜୟ କୁମାର ସ୍ବାଇଁ ବଜାରରୁ ବନ ବିହାର ଅଭିମୁଖେ କାର୍ଯ୍ୟାଳୟ କାମରେ ଯାଉଥିଲେ। ସେତୁ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ଉଭୟେ ରାସ୍ତା ଉପରେ ପଡ଼ି ଆହତ ହୋଇଥିଲେ।ସେମାନଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)