ବୋଲଗଡ଼,୧୭/୧୨(ପିପିଟି): ବୋଲଗଡ଼ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପ୍ରାଙ୍ଗଣରେ ଶ୍ରୀଅରବିନ୍ଦଙ୍କର ୧୫୦ତମ ଜନ୍ମବାର୍ଷିକୀ ପୂର୍ତିପାଳନର ଅମୃତ ମହୋତ୍ସବ ଅବସରରେ ଖୋର୍ଦ୍ଧା ଜିଲ୍ଲା ଶ୍ରୀଅରବିନ୍ଦ ଲିଗାଲ ୟୁନିଟି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟ କାର୍ଯ୍ୟକ୍ରମରେ ବୋଲଗଡ ବେଗୁନିଆ ଅଞ୍ଚଳର ସମସ୍ତ ଆଇନଜୀବୀ,ପୋଲିସ ଓ ସାମ୍ବାଦିକ ବନ୍ଧୁ ଏବଂ ଶ୍ରୀ ଅରବିନ୍ଦ ଲିଗାଲ ୟୁନିଟ୍ ର ରାଜ୍ୟ ଆବାହକ ଅକ୍ଷୟ କୁମାର ମହାପାତ୍ର,ବୋଲଗଡ ଥାନାର ଭାରପ୍ରାପ୍ତ ଅଧିକାରୀ ସ୍ନିଗ୍ଧାମୟୀ ବରାଳ, ନିଷ୍ଠା ଜୋନର ଆବାହକ ତାରେଶ୍ୱର ରଥ, ମୂଖ୍ୟ ବକ୍ତା ଭାବେ ପ୍ରଶାନ୍ତ କୁମାର ପାଲଟାସିଂହ,କଟକ ଜିଲ୍ଲା ଲିଗାଲ ୟୁନିଟି ସଙ୍ଗଠକ ଅରୁଣ କୁମାର ପରିଡା ପ୍ରମୁଖ ଯୋଗ ଦେଇ “ଶିଶୁ କିଶୋର କିଶୋରୀ ମାନଙ୍କ ନିମନ୍ତେ ପ୍ରଚଳିତ ଆଇନର ବ୍ୟବସ୍ଥା ଓ ଦିବ୍ୟ ସମାଜର ଗଠନ ରେ ଶିଶୁ” ମାନଙ୍କର ଭୂମିକା ବିଷୟରେ ଆଲୋକ ପାତ କରାଇଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)