ଶ୍ରମିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଶାନ୍ତ ସୁକିନ୍ଦାକୁ ଅଶାନ୍ତ କରିବାକୁ ବିଜେପିର ଷଡ଼ଯନ୍ତ୍ର ।

0 30

ଯାଜପୁର,୧୭/୦୬(ପିପିଟି):ନିର୍ବାଚନ ପରେ ଅଶାନ୍ତ ହୋଇ ଉଠିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ନିର୍ବାଚନ ଫଳ ପ୍ରକାଶ ପରଠାରୁ ବିଜେପି କର୍ମୀ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଦୀର୍ଘ ୩୫ ବର୍ଷ ଶାସନ ଗାଦିରେ ରହି ମଧ୍ୟ ବରିଷ୍ଠ ରାଜନେତା ପ୍ରଫୁଲ ଚନ୍ଦ୍ର ଘଡାଇ ଓ ତାଙ୍କ ପୁତ୍ର ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦାରେ ରାଜନୈତିକ ହିଂସାକାଣ୍ଡକୁ ପ୍ରଶ୍ରୟ ଦେଇ ନଥିଲେ । ମାତ୍ର ବିଜେପି ପ୍ରାର୍ଥୀଙ୍କ ବିଜୟର ୧୭ ଦିନ ମଧ୍ୟରେ ବିଭିନ୍ନ ବାଦ ବିବାଦ ଓ ହିଂସାକାଣ୍ଡ ଫଳରେ ସୁକିନ୍ଦାବାସୀ ଅଣ ନିଃଶ୍ୱାସୀ ହୋଇ ପଡିଲେଣି। ଏହାର ପ୍ରତିବାଦରେ କାଳିଆପାଣି ଖଣି ଅଞ୍ଚଳରେ ଥିବା ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଙ୍ଘ କର୍ମକର୍ତ୍ତାଙ୍କ ପକ୍ଷରୁ ସୋମବାର ଦିନ ଶ୍ରମିକ ସଙ୍ଘ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଥିଲା । ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହୋଇଥିବାରୁ ବିଜେପି ଦଳର କିଛି କର୍ମୀ ସଙ୍ଘବଦ୍ଧ ଭାବେ ଶ୍ରମିକ ସଙ୍ଘ କାର୍ଯ୍ୟାଳୟରେ ପଶି ଭରତଚନ୍ଦ୍ର ମହାନ୍ତଙ୍କୁ ଆକ୍ରମଣ କରିବା ସହିତ ବ୍ୟାପକ ଭଙ୍ଗାରୁଜା କରି ପଳାଇଥିଲେ । ଏନେଇ କାଳିଆପାଣି ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ମାତ୍ର ଦୁଇଜଣଙ୍କୁ ଗିରଫ କରିଛି। ହେଲେ ଅନ୍ୟ ଅଭିଯୁକ୍ତ ମାନେ ଖୁଲୁମଖୁଲା ବୁଲୁଥିବା ବେଳେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଅଭିଯୁକ୍ତ ମାନେ ବିଧାୟକ ତଥା ମନ୍ତ୍ରୀଙ୍କ ପାଖ ଲୋକ ବୋଲି ପୋଲିସ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଖଣି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଓ ଶ୍ରମିକ ସଙ୍ଘର ସୁରକ୍ଷା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶ୍ରମିକ ସଙ୍ଘର ସମ୍ପାଦକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଜିଲ୍ଲା ପ୍ରଶାସନଙ୍କୁ ଦାବି କରିବା ସହ ଖଣି ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବାକୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଶ୍ରମିକ ସଙ୍ଘ ପକ୍ଷରୁ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ,ଉପ ସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ଭଗବତୀ ମହାନ୍ତ,କୃତିବାସ ଭଞ୍ଜ,ବ୍ରଜ ମୋହନ ବାରିକ,ଜେମା ଚାଖି ପ୍ରମୁଖ ଆଜିର ସାମ୍ବାଦିକ ସମ୍ମିଳନିରେ ଉପସ୍ଥିତ ଥିଲେ ।

(ରିପୋର୍ଟ- ଅକ୍ଷୟ ରାଉତ।)

Leave A Reply

Your email address will not be published.