ଶ୍ରମିକ ସଂଘ ର ସାଙ୍ଗଠନିକ ନିର୍ବାଚନ,ନୂତନ କର୍ମକାର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ ସଭାପତି ଇଂ ପ୍ରୀତିରଞ୍ଜନ ।

0 236

ଯାଜପୁର,୧୮/୦୨(ପିପିଟି):ସୁକିନ୍ଦା ରିଜିୟନ କ୍ରୋମାଇଟ ଖଦାନ ମଜଦୂର ସଂଘ(SRCKMS)ର ପ୍ରତ୍ୟେକ ଖଣିରେ ଥିବା ଶାଖାର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଛି । ଏହା ସୁକିନ୍ଦା ଖଣି ଅଞ୍ଚଳର ବୃହତ ମଜଦୂର ସଂଘ । ଚୟନ ହୋଇଥିବା କର୍ମକର୍ତ୍ତା ମାନଙ୍କୁ ସଂଘର ସଭାପତି ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ଇଂ ପ୍ରୀତିରଞ୍ଜନ ଘଡାଇ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଆଗାମି ଦିନରେ ସଂଘକୁ କିପରି ଅଧିକ ମଜବୁତ କରାଯିବ ଓ ଶ୍ରମିକ ଭାଇ ଭଉଣୀ ମାନଙ୍କ ସ୍ୱାର୍ଥ ହାସଲ ପାଇଁ ଉଦ୍ୟମ ହେବ ସେ ନେଇ ନୂତନ କର୍ମକର୍ତ୍ତା ମାନଙ୍କ ସହିତ ଇଂ ଘଡାଇ ଆଲୋଚନା କରିଥିଲେ । ନୂତନ କର୍ମକର୍ତ୍ତା ମାନେ ଶ୍ରମିକଙ୍କ ସ୍ୱାର୍ଥ ହାସଲ ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ ।

Leave A Reply

Your email address will not be published.