ଶ୍ରମିକଙ୍କ ସହ ଥିଲି ଓ ରହିଥିବି; ପ୍ରୀତିରଞ୍ଜନ ।

0 73

ଯାଜପୁର,୨୨/୦୬(ପିପିଟି):ଖଣି ଅଞ୍ଚଳର ଶ୍ରମିକ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ସୁକିନ୍ଦା ରିଜିୟନ୍ କ୍ରୋମାଇଟ ମଜଦୁର ସଂଘର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। କାଳିଆପାଣି ସ୍ଥିତ ୟୁନିଅନ୍ ଅଫିସରେ ଆୟୋଜିତ ଏହି ବୈଠକରେ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତାମାନେ ସଙ୍ଘର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ଇଂ ଘଡାଇ କହିଛନ୍ତି ମୁଁ ସବୁ ସମୟରେ ଆପଣଙ୍କ ସହିତ ଥିଲି,ଅଛି ଓ ରହିବି ମଧ୍ୟ । ସଂଗଠନ ବିରୁଦ୍ଧରେ ଚକ୍ରାନ୍ତ ଚାଲିଛି । ହେଲେ ଆମେ ସମସ୍ତେ ଏକ ଆଉ ଅଭିନ୍ନ । ଆଗାମି ଦିନରେ ଚକ୍ରାନ୍ତକାରୀଙ୍କୁ ଉଚିତ ଜବାବ ଦିଆଯିବ । ସଂଘର ସଦସ୍ୟମାନେ କର ତାଳି ଦେଇ ତାଙ୍କୁ ସମର୍ଥନ ଦେଇଥିଲେ ।

(ରିପୋର୍ଟ- ଅକ୍ଷୟ ରାଉତ।)

Leave A Reply

Your email address will not be published.