***ଶ୍ରମିକ***

0 71

ମନ୍ଦିର,ମସଜିଦ୍ ହେଉ ଗୁରୁଦ୍ବାର
ଶ୍ରମିକର ହାତେ ଗଢା….
ନବଶ୍ଚୁମ୍ଭି ଅଟ୍ଟାଳିକା,ପକ୍କା ରାସ୍ତା
ନିର୍ମାଣେ ଶ୍ରମିକ ଛିଡା….!!
ବିନା ଶ୍ରମିକରେ କଳକାରଖାନା
ଚାଲିବ କି ଦିନେ କୁହ…..
ଶ୍ରମଦାନ କରିବାରୁଏହି ଦେଶ
ପ୍ରଗତି ଝଲସେ ମୁହଁ….!!
ବିଲରେ ଶ୍ରମିକ କୃଷକ ସାଜିଣ
ଉପୁଜାଏ ନାନା ଶସ୍ଯ….
ଭୋକିଲା ପେଟକୁ ଯୋଗାଇ ଆହାର
ମୁଖେ ଭରେ ନିତି ହସ….!!
ମୁଣ୍ତରେ ବହେ ସେ ମାଟି,ଇଟା,ଗୋଡି
ହାତରେ ଧରେ କରାଢୀ….
ଖରା,ବର୍ଷା ଶୀତ ନଥାଏ ଭାବନା
ଆଗକୁ ଯାଏ ସେ ମାଡି….!!
ଫଟାଇ ପାହାଡ କରେ କେବେ ପଥ
ଅମଗ୍ଯ ସୁଗମ କରେ….
ଗଭୀର ସରତେ ସେତୁ ଗଢି ଦେଇ
ଜନସେବା କତେ କରେ…!!
ଯେତେ ସୁଃଖ ଶାନ୍ତ ଆନନ୍ଦ ଜୀବନେ
ଦେଇଛି ଶ୍ରମିକ ସିନା…
ପାଏ କି ପାଉଣା ପେଟ ଭରିବାକୁ
ଭୋଗେ ସେ ନାନା ଯାତନା….!!
ଦାଦନ ହୋଇ ସେ ଛାଡେ ଭିଟାମାଟି
ଖଟି ଖଟି ପ୍ରାଣ ଛାଡେ….
କୁଡିଆ ଖଣ୍ଡିକ ଛପର ନକରି
ବାଆ ବତାସରେ ଉଡେ…!!
ପିନ୍ଧିବାକୁ ନାହିଁ ବସ୍ତ୍ର ଖଣ୍ଡିକ ଯେ
ଲଜ୍ଜା ନିବାରଣ ପାଇଁ…
ମୁର୍ମୁଷୁ ରୋଗରେ ଆକ୍ରାନ୍ତ ହୋଇଲେ
ତା’ ଦୁଃଖ କେ ଶୁଣେ ନାହିଁ….!!
ଶ୍ରମିକ ଏ ଦେଶ କରଇ ବିକାଶ
ଶ୍ରମ ବିନା ନାହିଁ ଗତି…
ଶ୍ରମିକ ସଂସାର ହସିଲେ ସତ୍ବର
ସୁଦୃଢ ହୋଇବ ସ୍ଥିତି…!!

(ଉତ୍କଳ ରତ୍ନ କବି କେଶବ ଚନ୍ଦ୍ର ନାୟକ)
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.