ଶୌର୍ଯ୍ୟ ଜାଗରଣ ରଥକୁ ଭବ୍ୟ ସ୍ୱାଗତ ।

0 172

ଭଞ୍ଜନଗର, ୦୨/୧୦(ପିପିଟି):ପ୍ରଭୁ ଶ୍ରୀରାମଙ୍କ ଜନ୍ମ ସ୍ଥାନ ଅଯୋଧ୍ୟାରେ ଭବ୍ୟ ମନ୍ଦିରର ଶୁଭ ଉଦଘାଟନ ଆଗାମୀ ମକର ସଂକ୍ରାନ୍ତି ଠାରୁ ୨ଦିନ ବ୍ୟାପି ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ ସାଧୁସନ୍ଥଙ୍କ କରକମଳରେ ଉଦଘାଟିତ ହୋଇ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିକୁ ସିଂହାସନରେ ବିଜେ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଅବସରରେ ସାରା ଭାରତ ବର୍ଷରେ ଯୁବଶକ୍ତିକୁ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ହିନ୍ଦୁ ସଂସ୍କୃତି ଓ ସନାତନ ଧର୍ମର ରକ୍ଷା କରିବା ପାଇଁ ଏକ ଶୌର୍ଯ୍ୟ ଜାଗରଣ ରଥ ସାରା ଭାରତ ପରିକ୍ରମା କରୁଛି। ଉକ୍ତ ରଥ ସୁଦୂର କନ୍ଧମାଳ ଜିଲ୍ଲା ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଜଲେଶପଟା ଆଶ୍ରମରୁ ଶୁଭାରମ୍ଭ ହୋଇ ଗଞ୍ଜାମ ଜିଲ୍ଲା ଦୁର୍ଗାପ୍ରସାଦ, ନିଧିଆ ପଲି,ଗାଲେରୀ,କୁଲାଡ଼ ଠାରେ ସ୍ୱାଗତ କରିବା ପରେ ଭଞ୍ଜନଗର ଠାରେ ମଧ୍ୟାହ୍ନରେ ପହଞ୍ଚିଥିଲା।ଏଠାରେ ଡିହ ପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଉକ୍ତ ରଥକୁ ଭବ୍ୟ ସ୍ୱାଗତ କରିବା ସହ ବନ୍ଦାପନା କରାଯାଇଥିଲା।ଏଠାରୁ ବାଜା ବାଜଣା ସହ ବିରାଟ ଶୋଭାଯାତ୍ରାରେ ରଥକୁ ସହର ପରିକ୍ରମା କରାଯାଇଥିଲା।ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ସୁଧୁର କୁମାର ନାୟକ, ସମ୍ପାଦକ ବଟକୃଷ୍ଣ ପଣ୍ଡା, ଅଜୟ ମହାପାତ୍ର,ମୁରଲୀ ଧର ପଣ୍ଡା, ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକ, ଅଯୋଧ୍ୟା ନାଥ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.