ଶୈକ୍ଷିକ ପ୍ରଗତି ପାଇଁ ବୋଲଗଡ଼ରେ ଆଲୋଚନାଚକ୍ର ଅନୁଷ୍ଠିତ।

0 280

ବୋଲଗଡ଼,୨୩/୦୪:ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ନୂଆସାହି ସାଧନ କେନ୍ଦ୍ର ଅନ୍ତର୍ଗତ ନଅଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସଂଯୋଜକ ଚନ୍ଦ୍ର ଶେଖର ନାୟକଙ୍କ ତତ୍ତ୍ଵବଧାନରେ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଦିନ ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ସାହୁଙ୍କ ପୌରୋହିତ୍ୟରେ ବିଦ୍ୟାର୍ଥୀଙ୍କ ଶୈକ୍ଷିକ ପ୍ରଗତି ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ଅମିତା ମିଶ୍ର ମୁଖ୍ୟଅତିଥି, ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ମୁଖ୍ୟ ବକ୍ତା, ଧ୍ରୁବାନନ୍ଦ ନାୟକ, ରଂଜିତା କୁମାରୀ ସାହୁ, ସେକ ଉମର ଫାରୁକ, ରମେଶ ଚନ୍ଦ୍ର ସେଠୀ, ମଞ୍ଜୁବାଳା ବଳିୟାରସିଂହ,ଏଷ୍ଟାବ୍ଲିସମେଣ୍ଟ ଅଧିକାରିଣୀ କେ. ଭି. ଲଷ୍ମୀ, ସବିତା ସୁବୁଦ୍ଧି ଓ ପ୍ରକାଶ କୁମାର ସେଠୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଶ୍ରେଣୀ ୱାରି WhatsApp ଗ୍ରୁପ ଗଠନ କରି ଗ୍ରୀଷ୍ମ ଅବକାଶରେ ପିଲାମାନଙ୍କ ନିକଟକୁ ପାଠ ଛାଡିବା, ପ୍ରଦତ୍ତ ପ୍ରଶ୍ନ ର ଉତ୍ତର ଫର୍ଦ୍ଦକୁ ମୂଲ୍ୟାଙ୍କନ କରିବା, ସେମାନଙ୍କ ସନ୍ଦେହ ମୋଚନ କରିବା, ଶ୍ରେଣୀ ଗୃହରେ ଶିକ୍ଷାଦାନ ବେଳେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିବା, ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ହାର ବୃଦ୍ଧି ଏବଂ ସମସ୍ତ ସରକାରୀ ସହାୟତା ପହଞ୍ଚାଇବାକୁ
ପଦକ୍ଷେପ ଗ୍ରହଣ କରିବାକୁ ମତ ବ୍ୟକ୍ତ କରିଥିଲେ ।ନିକଟ ଅତୀ ତରେ ସିଆରସିସି ପଦବୀରୁ ଅବ୍ୟାହତି ନେଇଥିବା ବିଶ୍ବରଞ୍ଜନ ସେଠୀଙ୍କୁ ମାନପତ୍ର, ଉପହାର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଶାନ୍ତନୁ ଶ୍ରୀଚନ୍ଦନ, ଅପର୍ତ୍ତି ଅଟ୍ଟ, ଗୌର ଚରଣ ସୁବୁଦ୍ଧି, ବିଶ୍ୱଜିତ ସରୋଜ କୁମାର,ଚିତ୍ତରଞ୍ଜନ ସାହୁ ଏବଂ ଶିକ୍ଷୟତ୍ରୀ ଅନିତା ପ୍ରିୟଦର୍ଶିନୀ, ଶୈବାଳିକା ମଲ୍ଲିକ,ରିତାଞ୍ଜଳି ସାହୁ ଓ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସମ୍ବାଦଦାତା-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.