ଶେଷ ହେଲା ମାସନ୍ତ ମେରୁ ଦଣ୍ଡଯାତ୍ରା; ଭଞ୍ଜନଗର ଝାମୁଯାତ୍ରା ।

0 63

ଭଞ୍ଜନଗର, ୧୩/୦୪(ପିପିଟି):ଶେଷ ହୋଇଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାସନ୍ତ ମେରୁ ଦଣ୍ଡଯାତ୍ରା । ୧୩ଦିନର କଠିନ ଯାତ୍ରା ସାରି ଦଣ୍ଡୁଆ ଓ ମାନସିକଧାରୀ ମାନେ ବିଭିନ୍ନ ସ୍ଥାନରେ ଆଜି ମେରୁପର୍ବରେ ସାମିଲ ହୋଇଥିଲେ।ଆଜିର ଶେଷ ଦିନରେ ଭକ୍ତମାନେ ମଧ୍ୟ ନିଷ୍ଠାର ସହିତ ଉପାସ ବ୍ରତ ପାଳନ କରିଥାନ୍ତି।ମନ୍ଦିର ନିକଟରୁ ମାଆଙ୍କୁ ନେଇ ଜଳାଶୟରେ ଦଣ୍ଡୁଆ ମାନେ ସ୍ନାନ ସାରି ସେଠାରେ ପୂଜାର୍ଚ୍ଚନା କରିବା ପରେ ପୁଣି ମନ୍ଦିର ନିକଟରେ ରୀତିନୀତି ଅନୁସାରେ ପୂଜାକର୍ଯ୍ୟ, ହୋମଯଜ୍ଞ ଆଦି ଶେଷ କରିବା ପରେ ପାଟ ଦଣ୍ଡୁଆ ମେରୁ ଖୁଣ୍ଟରେ ଯଜ୍ଞକୁଣ୍ଡ ଅଗ୍ନିଝାସରେ ତଳ ମୁହାଁ ହୋଇ ରହି ଉପରେ ଝୁଲୁଥିବା ଫୁଲ ଓ ଫଳ ସବୁ ଚତୁର୍ଦ୍ଦିଗକୁ ଫିଙ୍ଗିବା ପରେ ମେରୁଯାତ୍ରା ଶେଷ ହୋଇଥିଲା।ସନ୍ଧ୍ୟା ଆଳତୀ ପରେ ଦେବୀ ମନ୍ଦିରକୁ ଫେରିଥାନ୍ତି।ଏହି ଅବସରରେ ଭଞ୍ଜନଗର ନିକଟ ଗାଲେରୀ ଠାରେ ମେରୁପର୍ବରେ ବିଭିନ୍ନ ସ୍ଥାନରୁ ପ୍ରାୟ ୮୦ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା।ସେହିପରି ଭଞ୍ଜନଗର ତ୍ରିମୂର୍ତ୍ତି ସାହି ମା’ ଦକ୍ଷିଣେଶ୍ୱର ଦଣ୍ଡକାଳୀ ଯାତ୍ରା ସଂସଦ ଦ୍ୱାରା ଠାକୁରାଣୀ ମନ୍ଦିର ନିକଟରେ ଠାରେ ଆନନ୍ଦ ଉଲ୍ଲାସର ଝାମୁଯାତ୍ରା ସହିତ ମାସନ୍ତ ମେରୁ ଅନୁଷ୍ଠିତ ହୋଇଯାଇଛି। ଝାମୁଯାତ୍ରାରେ ସାମିଲ ହୋଇ ଦଣ୍ଡୁଆ ମାନେ ରଢ ନିଆଁ ଉପରେ ଅନବରତ ଭାବେ ଚଳପ୍ରଚଳ ହୋଇଥିଲେ।ମା’ଙ୍କ କୃପାରୁ କାହାର କିଛି କ୍ଷତି ମଧ୍ୟ ଘଟି ନଥିଲା।ଘୁମୁସର ଅଞ୍ଚଳରେ କେବଳ ଭଞ୍ଜନଗର ଠାରେ ଝାମୁଯାତ୍ରା ହେଉ ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥିଲା।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.