***ଶୀତ ସଂଗୀତ***

0 9

ଶୀତ ପାଇଁ ଲୋଡା ଗରମ ପୋଷାକ
ପଉଷ ମାଘ ର ଜାଡେ…..
ପାହାନ୍ତି ରାତିରେ ପଡ଼ିଲେ କାକର
ଛାତିରେ କରକୁ ଜଡେ….!!
ଗରିବର ନାହିଁ କୋଠା କି ପ୍ରାସାଦ
ଭଙ୍ଗା ଚାଳିଆରେ ବାସ….
ଶୀତ ମାଡି ଆସେ ଅବାଧରେ ଏଠି
ବାଧକ ଶ୍ବାସ ପ୍ରଶ୍ବାସ….!!
କିଏ ଶୀତ ରାତି ଶୟନ ସକାଶେ
ବାଟେ ଘାଟେ ନିଏ ଆଶ୍ର….
ଶୀତ ପାଇଁ ଭୋଗେ ନିର୍ଯାତନା ବେଶି
କା ‘ ଜୀବନ ହୁଏ ଶେଷ….!!
ହିମାଳୟ ହିମ ଚାଦରେ ଆଛାଦ
ବହି ଆଣେ ବାୟୁ ଶୀତ….
ଗରିବ ମରଇ ଶୀତର ପ୍ରକୋପେ
ଓଠେ ଗାଇ ଗାଇ ଶୀତ….!!
ଶୀତ ଛୁଇଁ ଯାଏ ନଈ ନାଳ ବନ୍ଧ
ପୋଖରୀ ତଡାଗ ଯେତେ….
ସେ ଜଳ ଛୁଇଁଲେ ହାତ ମାରେ କୋଲ
ନ କରେ ସିନାନ ଭୀତ୍ତେ….!!
ଶୀତ ପାଇଁ କିଏ କାଠ ମୁଣ୍ଡା ଜାଳି
ଶୀତକୁ ଅନ୍ତର କରେ….
ତଥାପି ଏ ଶୀତ ବଡ ଅମାନିଆ
ଗରିବଙ୍କୁ ଖୋଜି ଧରେ….!!
ଶୀତ ଦିନେ ନାନା ରୋଗ ହୁଏ ଜାଣ
ଥଣ୍ଡା କାଶ କଫ ଜ୍ଵର…..
ପାଦ,ଓଠ ଫାଟି ଦିଅଇ ଯାତନା
ଦୀନ ଜନ ହରବର….!!
ଏ ଶୀତ ଦିନରେ ଗରିବ ଭୋଗଇ
ନାନା ଦୁଃଖ କ୍ଳେଶ ଯେତେ….
ପ୍ରକୃତି ସହିତ ସମାଜ ସମ୍ମୁଖେ
ଗରିବର ମାନ କେତେ….?

(କବି କେଶବ ଚନ୍ଦ୍ର ନାୟକ)
(ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.