ବ୍ରହ୍ମପୁର,୨୬/୦୮(ପିପିଟି): ସ୍ଥାନୀୟ ଐତିହାସିକ ପୀଠ ଉତ୍କଳଆଶ୍ରମର ସଭାଗୃହରେ ବନକୁସୁମ ଶିଶୁସାହିତ୍ୟ ପ୍ରତିଷ୍ଠାନର ମାସିକ ସାହିତ୍ୟ ଆସର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।”ଶିଶୁ ମାନଙ୍କ ସମସ୍ୟା ପାଇଁ ଆଇନ ର ଦିଗନ୍ତ” ସମ୍ପର୍କରେ ଆଲୋଚକ ବିଭୁ ଦତ୍ତ ସାମନ୍ତରାୟ,ପ୍ରାକ୍ତନ ସଦସ୍ୟ, ଅତିରିକ୍ତ କିଶୋର ନ୍ୟାୟ ବୋର୍ଡ,ଛତ୍ରପୁର , ଗଞ୍ଜାମ ଯୋଗ ଦାନ କରି ୧୯୮୯ ଡିସେମ୍ବର ୨୦ ର ଆନ୍ତର୍ଜାତିକ ସମ୍ମିଳନୀର ନିଷ୍ପତ୍ତି ଠାରୁ ଆରମ୍ଭ କରି ଜୁଲାଇ ୨୦୨୪ ରେ କାର୍ଯ୍ୟକାରୀ ହୋଇଥିବା ଭାରତୀୟ ନ୍ୟାୟ ସଂହିତା ରେ ଥି ଶିଶୁ, କିଶୋର, ଓ ମହିଳା ସମ୍ପର୍କରେ ଥିବା ଆଇନକୁ ଅତି ଚୁମ୍ବକୀୟ ଭାବେ ନିଜସ୍ବ ବକ୍ତବ୍ୟ ରଖି ଥିଲେ। ସଂସଦର ସଭାପତି ଉମା ଚରଣ ମିଶ୍ର ସଭାପତିତ୍ବ କରିଥିଲେ । ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ ସଂସଦର ମୁଖ୍ୟ ସମ୍ପାଦକ କାଳନ୍ଦୀ ଚରଣ ନାୟକ । ମଞ୍ଚ ପରିଚାଳନା ଓ କବିତା ସମୀକ୍ଷା କରିଥିଲେ ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ । ସଂସଦର ଚଳିତବର୍ଷ ବାର୍ଷିକ ଉତ୍ସବରେ ଅନୁଷ୍ଠିତ ହୋଇଥିବା ନାଟକର କଳାକାର ମାନଙ୍କୁ ମାନପତ୍ର ଉପଢୌକନ ପ୍ରଦାନ କରାଯାଇଥିଲା। କବିତା ଗୁଡ଼ିକକୁ ପଦ୍ମିନୀ ମିଶ୍ର ଓ ସାଗରିକା ଆଚାର୍ଯ୍ୟ ସଂଯୋଜନା କରିଥିଲେ। ଏହି ଆସରରେ ୨୦ ଟି କବିତା ଓ ଗୋଟିଏ ଗଳ୍ପ ପଠନ ହୋଇଥିଲା। ପରିଶେଷରେ ମାତୃସ୍ସତି ସାହିତ୍ୟ ସଂସଦର ସମ୍ପାଦକ ପ୍ରଦୀପ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲ।