ବ୍ରହ୍ମପୁର,୦୧/୦୨(ପିପିଟି): ସ୍ଥାନୀୟ ଜ୍ୟୋତି ନଗର ୩ୟ ଲାଇନ୍ ଶିଶୁ ପବ୍ଲିକ ସ୍କୁଲର ଏକାଦଶ ବାର୍ଷିକ ଉତ୍ସବର ପ୍ରଥମ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।
ଆୟୋଜିତ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ସାମଳାଇ ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଛାତ୍ର ଛାତ୍ରୀଙ୍କ ପ୍ରଗତିରେ ସ୍କୁଲର ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଶ୍ମିତା ପାଣିଗ୍ରାହୀ ଶିଶୁଙ୍କର ଶିକ୍ଷା ପ୍ରଗତିରେ ଆଲୋକପାତ କରିଥିଵା ଵେଳେ ସମ୍ମାନୀତ ଅତିଥି ଭାବେ ସନୋଜ ପାଢ଼ୀ,ପଦ୍ମିନୀ ପାଢ଼ୀ ଓ ରବି ପ୍ରସାଦ ସାହୁକାର ଯୋଗଦେଇ ଶିଶୁ ଶିକ୍ଷା ସମୟରେ ଆସୁଥିବା ସମସ୍ୟାର ନ୍ୟାୟିକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ୱିତୀୟ ଦିନରେ ତା-୦୧/୦୨/୨୦୨୬ ଇ ସଞ୍ଜୟ ମହାରଣା ସଭାପତିତ୍ୱ କରି ଛାତ୍ର ଛାତ୍ରୀଙ୍କ ପ୍ରଗତିରେ ସ୍କୁଲର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଦେବେନ୍ଦ୍ର ବେହେରା (ବି ଇ. ଓ ) ଶିଶୁଙ୍କ ଶିକ୍ଷାର ପ୍ରଗତି
ରେ ଆଲୋକ ପାତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ରଂଗାରଂଗ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କୁ ମନମୁଗ୍ଧ କରିଥିଲା । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଅମିତା କୁମାରୀ, କେ ଦିଲିପ୍ ରାଓ, ପ୍ରଶାନ୍ତୀ ବ୍ରହ୍ମା,ଶାନ୍ତିଲତା ପଣ୍ଡା, ସନ୍ତୋଷିନୀ ଚୌଧୁରୀ,ପାୟଲ ସ୍ବାଇଁ, ପାର୍ବତୀ ବେହେରା ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଗାନ ସହିତ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା ।