ଅମର୍ଦ୍ଦାରୋଡ଼,୨୬/୦୯: ବାଲେଶ୍ବର ଜିଲା ସିଂଲା ଥାନା ଅଧୀନସ୍ଥ ଚାମ୍ଫଳା ଗ୍ରାମର ରବୀନ୍ଦ୍ର କୁମାର ଘଡ଼ାଇଙ୍କ ୨ ବର୍ଷର ଶିଶୁପୁତ୍ର କ୍ରିଷ୍ଣାଙ୍କର ବୁଧବାର ଅପରାହ୍ନରେ ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ସୂଚନାରୁ ପ୍ରକାଶ ଆଜି ଅପରାହ୍ନ ୨ଟା ସମୟରେ କ୍ରିଷ୍ଣା ଘର ପାଖରେ ଖେଳାଖେଳି କରୁଥିବା ସମୟରେ ପରିବାର ଲୋକଙ୍କ ଅଜାଣତରେ ତଥା ଅସାବଧାନତା ବଶତଃ ପାଖ ପୋଖରୀରେ ପଡିଯାଇ ବୁଡ଼ି ଯାଇଥିଲେ। ପୋଖରୀ ନିକଟକୁ ଯାଇଥିବା କିଛି ଗ୍ରାମବାସୀ କ୍ରିଷ୍ଣାଙ୍କୁ ପାଣିରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। କ୍ରିଷ୍ଣାଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ସିଂଲା ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।ପୁଅର ମୃତ୍ୟୁରେ ପରିବାର ଲୋକ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି।