ଶିବଙ୍କ ମସ୍ତକରେ ଏକଲକ୍ଷ ବେଲପତ୍ର ଅର୍ପଣ ।

0 300

କୋଦଳା,୧୦/୧୧(ପିପିଟି):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଦଳା ଅଞ୍ଚଳର ଆରାଧ୍ୟ ଦେବତା ବାବା ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ମସ୍ତକ ରେ ଏକ ଲକ୍ଷ ବେଲପତ୍ର ଲାଗି ସହିତ ଚନ୍ଦନ ଲେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳ ଜନସାଧାରଣଙ୍କ ଶାନ୍ତି, ମୈତ୍ରୀ,ସମୃଦ୍ଧି ବଜାୟ ରହିବା ପରମ୍ପରା କେଉଁ ଆବାହନ କାଳରୁ ଚାଲି ଆସିଛି ।ଗୁରୁବାର ସକାଳୁ ସକାଳୁ ମନ୍ଦିର ସେବାୟତ ସମେତ ଶ୍ରଦ୍ଧାଳୁ ଭକ୍ତ ଦଣ୍ଡିଶ୍ୱର ମନ୍ଦିର ରୁ ବାହାରି ନାମ ସଂକୀର୍ତ୍ତନ ସହିତ ଏକ ବିରାଟ ପଟୁଆର ରେ ବାହାରି ଖାଲି ପାଦରେ ଜଙ୍ଗଲ ମଧ୍ୟକୁ ଯାଇ ବେଲପତ୍ର ସଂଗ୍ରହ କରି ସେଠାରେ ପ୍ରସାଦ ସେବନ କରି ମନ୍ଦିର ମଧ୍ୟକୁ ସନ୍ଧ୍ୟାରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଶୁକ୍ରବାର ସନ୍ଧ୍ୟାରେ ଅଞ୍ଚଳର ନୈଷ୍ଠିକ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇଥିଲା !ସେବାୟତଙ୍କ ସହଯୋଗରେ ଓଁ ନମଃ ଶିବାୟ ମନ୍ତ୍ରଧ୍ୱନୀରେ ଚନ୍ଦନ ଲେପ ସହିତ ଏକ ଲକ୍ଷ ବେଲପତ୍ର ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ଦିର ସେବାୟତ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.