ଶିଖପଲ୍ଲୀ-ପଡିଆ ରାସ୍ତା ଜରାଜୀର୍ଣ୍ଣ, ପଥଚାରୀ ହନ୍ତସନ୍ତ ।

0 177

ମାଲକାନଗିରି,୨୦/୦୮(ପିପିଟି):ଶିଖପଲ୍ଲୀ ଠାରୁ ପଡିଆ ରାସ୍ତା ଦୀର୍ଘ ଦିନ ହେଲା ମରାମତି ଅଭାବରୁ ପ୍ରାୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରାସ୍ତା ସାରା ଖାଲ ଖମା ହେତୁ ବାଇକ୍ ଚଳାଚଳରେ ଅସୁବିଧା ସହିତ ଏହି ପଡିଆ ଯିବାକୁ ବିଳମ୍ବ ଘଟୁଛି। ବିଶେଷ କରି ଯେଉଁ ସରକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ, ପିଇଓ, କୃଷି କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ ତାଥା ପଞ୍ଚାୟତର କ୍ଷେତ୍ର କର୍ମଚାରୀମାନେ ଯାତାୟାତ କଲା ବେଳେ ଜରାଜୀର୍ଣ୍ଣ ରାସ୍ତା ଯୋଗୁଁ ନାହିଁ ନଥିବା ଅସୁବିଧାର
ସମ୍ମୁଖୀନ ହେବା ସହ ଠିକ୍ ସମୟରେ ପହଞ୍ଚିବାରେ ବିଳମ୍ବ ଘଟୁଛି। ଯେଉଁ ପଥଚାରୀମାନେ ମାଲକାନଗିରି ସଦର ମହକୁମା ଠାରୁ ଭାୟା ଶିଖପଲ୍ଲୀ ପିଡିଆ ଯାଉଛନ୍ତି, ସେମାନେ
ଆଉ ଘଣ୍ଟା ରେ ବିଳମ୍ବରେ ପହଞ୍ଚୁଥିବା ଜଣା ପଡ଼ିଛି।
ଏହି ରାସ୍ତାଟି ମାଲକାନଗିରି ଆରଡି ଦ୍ବାରା ୨୦୧୬ ମସିହା ପୂର୍ବରୁ ନିର୍ମାଣ କରାଯାଇଥିଲା। ୨୦୧୬ ମସିହାରେ ଏହି ରାସ୍ତା ଟି ମାଲକାନଗିରି ପୂର୍ତ୍ତ ବିଭାଗ ହସ୍ତାନ୍ତର କଲା ପରେ ଦୀର୍ଘ ୯ ବର୍ଷ ପରେ ମଧ୍ୟ ମରାମତି ଅଭାବରୁ ୩୭ କିମି ରାସ୍ତା ର ଅବସ୍ଥା
ଭାରି ଶୋଚନୀୟ ହୋଇପଡିଛି।
ବର୍ତ୍ତମାନ ପର୍ସନପାଲ୍ଲୀ,ମାଟେରୁ,ତେଲମଗଡା,କତାଗୁଡା,ପଡିଆ ଫାୟାର ଷ୍ଟେସନ ଏବଂ ପଡ଼ିଆର ପ୍ରବେଶ ପଥ ଅସଂଖ୍ୟ
ଖାଲ ଖମାରେ ପରିପୂର୍ଣ୍ଣ। ଏହି ରାସ୍ତାର ମରାମତି ଅଭାବରୁ
ପଡିଆ ଯିବାକୁ ନାନା ଅସୁବିଧାର ସମ୍ମୁଖୀନ ହୋଉଥିଲେ ମଧ୍ୟ
ପ୍ରଶାସନିକ ଅବହେଳା ଏବଂ ନେତାଙ୍କ ଆନ୍ତରିକତା ଅଭାବରୁ
ଦୀର୍ଘ ୩୭ କିମି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଏହି ରାସ୍ତା ଅସଂଖ୍ୟ ଖାଲ ଖମା ହେତୁ ବର୍ଷା ଦିନେ ପାଣି ଜମି ରହିବା ସହ ଅସାବଧାନତା ଯୋଗୁଁ ବହୁ ବାର ବାଇକ୍ ଓ ସ୍କୁଟି
ଚାଳକମାନେ ଦୁର୍ଘଟଣାର ଶିକାର ହୋଇଥାନ୍ତି। ବର୍ଷା ହେଲେ ଅନେକ ସ୍ଥାନରେ ପୋଲ ବା ହୋମ୍ ପାଇପ୍ ନଥିବାରୁ ପାହାଡିଆ ପାଣି ରାସ୍ତା ଉପର ଦେଇ ଅତିକ୍ରମ କରିବା ଫଳରେ
ଯାତାୟାତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହେବାରେ କୁହାଯାଇଛି। ତେବେ
ଏ ଦିଗରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବା ପରେ ଏହି ରାସ୍ତାକୁ
ନିର୍ମାଣ କରିବା ଲାଗି ଟେଣ୍ଡର ଆହ୍ବାନ କରାଯାଇଛି । ଟେଣ୍ଡର
ଖୋଲା ଗଲା ପରେ ରାସ୍ତା ନିର୍ମାଣ ଆରମ୍ଭ କରାଯିବ ବୋଲି
କୁହାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.