ବୋଲଗଡ଼,୨୯/୦୭ (ପିପିଟି): ସମ୍ପୁର ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ଆବାହକତ୍ୱରେ ବିଦ୍ୟାଳୟ ପରିଚାଳନା ପରିଷଦର ସଭ୍ୟସଭ୍ୟା ଙ୍କ ଉପସ୍ଥିତିରେ ଶିକ୍ଷାସପ୍ତାହର ଅନ୍ତିମ ଦିବସ ଶିକ୍ଷକ ଵିଶ୍ୱଜିତ ସରୋଜ କୁମାରଙ୍କ ତତ୍ଵାବଧାନରେ ସୋମବାର ଦିନ ପାଳିତ ହୋଇଯାଇଛି ।ଉକ୍ତ ଉତ୍ସବରେ ପରିଚାଳନା ପରିଷଦର ଅଧ୍ୟକ୍ଷ୍ୟା ବିନୋଦିନୀ ଦତ୍ତ ଉପାଧ୍ୟକ୍ଷ୍ୟସୁବାସ ଚନ୍ଦ୍ର ମହାନ୍ତି ଏବଂ ଅବଶିଷ୍ଟ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।ଶିକ୍ଷକ ବିଭୁପ୍ରସାଦ ମହାପାତ୍ର, ବିଚିତ୍ର କୁମାର ଘଡ଼େଇ ଏବଂ ଅଂଶୁମାନ ଧଳ, ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ପ୍ରଧାନ ଓ ସ୍ମିତାସିନ୍ଧୁ ମହାପାତ୍ର ଛାତ୍ରଛାତ୍ରୀ ପୋଷ୍ଟର ସହ ସଂପୁର ଗ୍ରାମର କେତେକ ସାହି ପରିକ୍ରମାକରି ‘ସ୍ବେଛାସେବୀ ହୁଅନ୍ତୁ ‘ଉପରେବିଭିନ୍ନ ସ୍ଲୋଗାନ ଦେଇଥିଲେ ।ନୟାପାଟଣା ଗ୍ରାମର ସେବାନିବୃତ୍ତପ୍ରଧାନ ଶିକ୍ଷକ ବେଣୁଧର ମହଲା ବିଦ୍ୟାର୍ଥୀମାନଙ୍କୁ ତିଥି ଭୋଜନ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ସୌଦାମିନି ସୁବୁଦ୍ଧି, ଶ୍ରୋତାଲିନି ସାହୁଙ୍କ ତତ୍ତ୍ଵବାଧାନରେ ଭୋଜନ ପ୍ରସ୍ତୁତ ହୋଇଥିଲା ।ଶ୍ରୀ ମହଲାଙ୍କ ସମେତ ବିଦ୍ୟାଳୟ ପ୍ରତି ସ୍ୱାସ୍ଥ୍ୟ ସେବାରେ ଚିକିତ୍ସକ ନିରଞ୍ଜନ,ଚିତ୍ରକଳା ଶିକ୍ଷା ପ୍ରଦାନରେ ଚିତ୍ର ଶିଳ୍ପୀ ରମେଶ ଚନ୍ଦ୍ର ସାହୁ,ବିଦ୍ୟାଳୟର ସେବା କ୍ଷେତ୍ରରେ ସମାଜସେବୀ ରବୀନ୍ଦ୍ର କୁମାରସାଥୁଆ,ନିରାପତ୍ତା ପାଇଁ ବରିଷ୍ଠ ଇଲେକଟ୍ରିସିଆନସର୍ବେଶ୍ଵର ସେନ, ଗାଇଡ ପୋଷାକ ପ୍ରଦାନ ପାଇଁ ବ୍ୟାଙ୍କ କର୍ମଚାରୀ ସଞ୍ଜୟ କୁମାର ସ୍ବାଇଁ,ଯୋଗ ଶିକ୍ଷା ପ୍ରଦାନ ପାଇଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରିୟବ୍ରତ ଦାଶ, ମରାମତି କ୍ଷେତ୍ରରେ ରାଜମିସ୍ତ୍ରୀ କୁଳମଣି ବେହେରାଙ୍କର ସ୍ବେଛାସେବୀ ଭାବେ ବିଦ୍ୟାଳୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ସରକାରଙ୍କ ପ୍ରଦତ୍ତ ପ୍ରଶଂସାପତ୍ର ପ୍ରଦାନ କରି ସମ୍ୱର୍ଦ୍ଧିତ କରାଯାଇଥିଲା।ଉକ୍ତ ସମ୍ବର୍ଦ୍ଧନାକାର୍ଯ୍ୟକ୍ରମକୁ ଶିକ୍ଷକ ଦୀପ୍ତିରଞ୍ଜନ ଦାସ, ଶିକ୍ଷୟିତ୍ରୀ ସୌଦାମିନି ସୁବୁଦ୍ଧି ଏବଂ ସମ୍ବିତ କେଦାର କର ପରିଚାଳନା କରିଥିଲେ।ଶିକ୍ଷା ସପ୍ତାହର ଛଅ ଦିନ ଧରି କରାଯାଇଥିବା ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିବପ୍ରଧାନ ଓ ସ୍ନେହଲତା ପାଇକରାୟସହଯୋଗ କରିଥିଲେ । ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)
.