ଶିକ୍ଷା ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ।

0 198

କୋଦଳା,୦୬/୦୯(ପିପିଟି): ଶନିବାର ଦିବା ୧୧ ଘଟିକା ସମୟରେ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଆଜିର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଓଡ଼ିଆ ବିଭାଗୀୟ ମୁଖ୍ୟ ରଞ୍ଜୁବାଳା ନନ୍ଦ, ଇତିହାସ ବିଭାଗୀୟ ମୁଖ୍ୟ ବିନୋଦ କୁମାର ମିଶ୍ର, ଆକାଉଣ୍ଟ ବରସର ସାଗର ଚାନ୍ଦ ପାତ୍ର,ଅନ୍ତର୍ନିର୍ହିତ ଗୁଣାବଳୀ ବର୍ଦ୍ଦକ ସନଯୋଜକ ସପନ କୁମାର ଦାଶ ଆଜିର ଦିବସର ମହତ୍ତ୍ଵ ସଂପର୍କରେ ଆଲୋକପାତ କରିଥିଲେ । ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏକ ଆଦର୍ଶ ଛାତ୍ରଛାତ୍ରୀ ର କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ଶିକ୍ଷା ବିଭାଗର ଅଧ୍ୟାପିକା ସାଗରିକା ଦାଶ ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଦ୍ଵିତୀୟ ବର୍ଷର ଛାତ୍ରୀ ତେଜ୍‌ମୟୀ ସାହୁ ଏବଂ ବର୍ଷା ଭୂୟାଁ ସ୍ଵାଗତ ସଂଗୀତ ଗାଇଥିବା ବେଳେ ଶିବାନୀ ବିଶ୍ୱାଳ ଏବଂ ସଂଗୀତା ଦାଶ ବିଦାୟ ସଂଗୀତ ଗାନ କରିଥିଲେ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.