କୋଦଳା,୦୭/୦୪(ପିପିଟି):ଓଡଗାଁ ବ୍ଲକ ବଳଭଦ୍ର ପୁର ଗ୍ରାମର ସଂସ୍କାର ଚାରିଟେବଲ ଟ୍ରଷ୍ଟ ର ଆୟୋଜିତ ନବମ ବାର୍ଷିକୀ ରାଜ୍ୟ ସ୍ଥରୀୟ ପ୍ରତିଭା ସମ୍ମାନ ମହୋତ୍ସବରେ ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ର ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ତଥା ଜଣାଶୁଣା ନାଟ୍ୟ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ସଂସ୍କାର ନାଟକ ନିର୍ଦ୍ଦେଶକ ପ୍ରତିଭା ସମ୍ମାନ ପ୍ରାପ୍ତ କରିଥିବା ବେଳେ ଅରୁଣ କୁମାର ମିଶ୍ରଙ୍କୁ ଐତିହାସିକ ପ୍ରତିଭା ସମ୍ମାନ ଓ ଏମ ପ୍ରଫୁଲ୍ଲ କୁମାର ଅଚାରୀଙ୍କୁ ସଂସ୍କାର ଅଭିନେତା ପ୍ରତିଭା ସମ୍ମାନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଗହଣରେ ପ୍ରଦାନ କରାଯାଇଛି । ପରିଣତ ବୟସରେ ମଧ୍ୟ ଏହି ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିବାରୁ ଅଞ୍ଚଳରେ ଖୁସି ଦେଖାଦେଇଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )