ଶିକ୍ଷାଧିକାରୀଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଶିକ୍ଷକ ସଙ୍ଘର ଦାବିପତ୍ର ପ୍ରଦାନ ।

0 250

କୋଦଳା,୨୨/୦୮(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାହୁଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଶିକ୍ଷକ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି,ଆଜି ପ୍ରାଥମିକ ଶିକ୍ଷକ ସଂଘ ଦେଇଥିବା ଦାବିପତ୍ର।ମଙ୍ଗଳବାର ବେଗୁନିଆପଡା ବ୍ଲକ ଶିକ୍ଷକ ସଙ୍ଘ ଏକ ଚାରି ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି । ସେମାନଙ୍କ ଦାବିହେଲା ଦୀର୍ଘ ବର୍ଷ ଧରି ଶିକ୍ଷକମାନଙ୍କ ଦରମା ପ୍ରତ୍ୟେକ ମାସର ୧ ରୁ ୫ ତାରିଖ ମଧ୍ୟରେ ପାଇଯାଉଥିଲେ କିନ୍ତୁ ବର୍ତ୍ତମାନର ବିଇଓଙ୍କ ସମୟରେ ଦରମା ଠିକ ଭାବରେ ମିଳୁ ନାହିଁ। ଜୁଲାଇ ମାସର ଦରମା ଅଗଷ୍ଟ ମାସ ସରିବାକୁ ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମିଳି ନାହିଁ । ସଂଘର ସଭାପତି ଏକାଧିକ ବାର ବିଇଓଙ୍କୁ ଅବଗତ କରି ଥିଲେ ମଧ୍ୟ କୌଣସି କର୍ଯ୍ୟାନୁଷ୍ଠାନ ହୋଇନାହିଁ। ବର୍ତ୍ତମାନ ସୁଧା ସମସ୍ତ ଯୋଗ୍ୟ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ବର୍ଷିୟା ଏମଏସିପି କାର୍ଯ୍ୟକୁ ତ୍ବରାନିତ କରାଯାଉ ନାହିଁ । ସମସ୍ତ ସେବା ପୁସ୍ତିକାର ବର୍ତ୍ତମାନ ସ୍ଥିତି ଲିପିବଦ୍ଧ କରାଯାଉ ଏବଂ ୨୦୧୫ ବେଚର ଦୁଇଟି ବକେୟା ବର୍ଦ୍ଧିତ ଦରାମା ପ୍ରଦାନ କରାଯାଉ। ଅବସର ପ୍ରାପ୍ତ ସମସ୍ତ ଶିକ୍ଷକଶିକ୍ଷୟତ୍ରୀଙ୍କ ସମସ୍ତ ବକେୟା ପ୍ରାପ୍ତ ତୁରନ୍ତ ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଉ ବୋଲି ଦାବୀ କରିଥିବା ବେଳେ ଯଦି ଏକ ସସ୍ତାହ ମଧ୍ୟରେ ଉକ୍ତ ଦାବି ପୁରଣ କରା ନ ଯାଏ ତେବେ ଆଗାମି ଦିନରେ ବିଇଓଙ୍କ କାର୍ଯ୍ୟାଳୟ ଆଗରେ ସମସ୍ତ ଶିକ୍ଷକ ଧାରଣା ଦେବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର ସଭାପତି ରବିନାରାୟଣ ଶତପଥି ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରମୋଦ ଚନ୍ଦ୍ର ରଥ, ଉପ ସଭାନେତ୍ରୀ ପ୍ରଭାସିନି ଦାସ, ସାଧାରଣ ସଂପାଦକ ସୁଧାକର ପରିଡା,ବରିଷ୍ଠ ଶିକ୍ଷକ ପଙ୍କଜ କୁମାର ସେଠୀ,ରବିନ୍ଦ୍ର ନାଥ ମହାରଣାଙ୍କ ସମେତ ଅନେକ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.