ଶିକ୍ଷକ ପବିତ୍ର ପଟ୍ଟନାୟକଙ୍କ ପରଲୋକ ।

0 160

ବେଲଗୁଣ୍ଠା ,୦୯/୦୯(ପିପିଟି):ବେଲଗୁଣ୍ଠା ହାଟପଦା ନିବାସୀ ସ୍ଵର୍ଗତ ବଳରାମ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ତଥା ଜଣାଶୁଣା ଶିକ୍ଷକ ପବିତ୍ର ପଟ୍ଟନାୟକ(୫୨)ଙ୍କ ପରଲୋକ ଘଟିଛି । ସୋମବାର ରାତିରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ଘର ଲୋକେ ତୁରନ୍ତ ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଭୋର୍ ମଙ୍ଗଳବାର ୩.୩୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସ୍ଵର୍ଗତ ପଟ୍ଟନାୟକ ପବିତ୍ର ଭାଇନା ଭାବେ ବେଲଗୁଣ୍ଠା ଅଞ୍ଚଳରେ ପରିଚିତ ଥିଲେ ।ବେଲଗୁଣ୍ଠା ବ୍ଳକ୍ ବିଜୟ ଲକ୍ଷ୍ମୀ ଶରଣପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜାରି ରଖିଥିଲେ । ଜଣେ ଛାତ୍ରବତ୍ସଳ,ମୀଷ୍ଟଭାଷୀ, ଉଦାର,ନମ୍ର,ଭଦ୍ର ଓ ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ ।ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ସହର ତଥା ବିଦ୍ୟାଳୟରେ ଗଭୀର ଶୋକର ଛାୟା ଖେଳିଯାଇଛି ।ସ୍ୱର୍ଗତ ପବିତ୍ର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କ କନିଷ୍ଠ ଭ୍ରାତା ଅଟନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ବେଲଗୁଣ୍ଠା ଅଞ୍ଚଳରେ ବହୁ ପୁରାତନ ଛାତ୍ର, ସହପାଠୀ,ସହକର୍ମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ହାଟପଦା ସ୍ଥିତ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅନ୍ତିମ ଦର୍ଶନ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଜ୍ୟେଷ୍ଠ ଭ୍ରାତା ସନ୍ତୋଷଙ୍କ ସମେତ ଭ୍ରାତା ବସନ୍ତ (ବୁଲୁ) ପଟ୍ଟନାୟକ,ଭଉଣୀ ସୁଜାତା ପଟ୍ଟନାୟକ ଓ ମମତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମରଶରୀରକୁ ଏକ ଶୋଭାଯାତ୍ରାରେ ବେଲଗୁଣ୍ଠା ଶ୍ମଶାନକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ଭ୍ରାତା ବୁଲୁ ମୁଖାଗ୍ନୀ ଦେଇଥିଲେ ।ତାଙ୍କ ମୃତ୍ୟୁରେ ସାନଖେମୁଣ୍ଡି ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ରମେଶ ଜେନା, ସୋରଡା ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥ, ପିସିସି ସଭ୍ୟ ଦେବୀ ବିଷୋୟୀ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଗୌଡ଼ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.