ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଡେପୁଟେସନ କରିବା ପାଇଁ ବିଇଓ ଟ୍ରଷ୍ଟ ନାମରେ ଚାନ୍ଦା ଆଦାୟ ଘଟଣାର ତଦନ୍ତ ଦାବି।

0 392

ବ୍ରହ୍ମପୁର,୧୬/୦୯(ପିପିଟି):ଗଞ୍ଜାମ ବିଇଓ ଭାଗୀରଥି ବେହେରାଙ୍କ କାର୍ଯ୍ଯକଳାପ ବିବାଦ ଘେରରେ। ବିଇଓ ଶ୍ରୀ ବେହେରା ନିଜ ପଦବୀର ଅପବ୍ଯବହାର କରି ସେ ସଂପୃକ୍ତ ଥିବା Ganjam Kabitaghara Literary Trust, SBI ,Account No-39094037294 କୁ ଚାନ୍ଦା ଆଦାୟ କରୁଛନ୍ତି। ଗଞ୍ଜାମ ବ୍ଲକର ପ୍ରାୟ ୩୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ କରି ସେମାନଙ୍କ ଠାରୁ ଟ୍ରଷ୍ଟ ପାଇଁ ଚାନ୍ଦା ନେଇଥିବା ଚର୍ଚ୍ଚା ଶୁଣିବାକୁ ମିଳୁଛି। ବିଇଓ ଭାଗୀରଥି ବେହେରା କେତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଟ୍ରଷ୍ଟ ପାଇଁ ଚାନ୍ଦା ନେଇଛନ୍ତି ତାର ବିଭାଗୀୟ ଓ ଭିଜିଲାନ୍ସ ଦ୍ବାରା ତଦନ୍ତ କଲେ ସତ ପଦାକୁ ଆସିବ ।ଏହି ଘଟଣାକୁ ନେଇ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଜିଲ୍ଲା ଶିକ୍ଷାଧିକାରୀ,ମୁଖ୍ଯମନ୍ତ୍ରୀ,ଶିକ୍ଷା ମନ୍ତ୍ରୀ,ଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ ଓ ଏସପି ଭିଜିଲାନ୍ସ, ବ୍ରହ୍ମପୁରଙ୍କୁ ଲିଖିତ ଅଭିଯୋଗ ଦେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତୁରନ୍ତ ବିଇଓ ଶ୍ରୀ ବେହେରାଙ୍କୁ ବଦଳି କରିବା ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.