କୋଦଳା,୨୪/୦୩(ପିପିଟି):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ଅନ୍ତର୍ଗତ ଶାଳବଣ ସ୍ଥିତ ମା ପୋଡେଇଶୁଣି ଚମ୍ପାଦେଇ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ ପାଈଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଆସନ୍ତା ଅପ୍ରେଲ ମାସ ୨୪ ତାରିଖରୁ ଏହି ଯଜ୍ଞ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମ ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ସକାଳୁ ସୂର୍ଯ୍ୟ ପୂଜା ସହ ହୋମ କରାଯାଇ ଶତାଧିକ ଭକ୍ତ ଶାଳବଣ ଗ୍ରାମ ପରିକ୍ରମା କରିଥିଲେ। କର୍ତ୍ତା ଭାବେ ବରିଷ୍ଠ ଆଇନଜୀବୀ ଚକ୍ରପାଣି ସ୍ୱାଇଁ ଓ ତାଙ୍କ ଧର୍ମପତ୍ନୀ କାର୍ଯ୍ୟ ତୁଲାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ, ଦେବରାଜ ସ୍ୱାଇଁ, ଷଣ୍ଢମୂଳ ସରପଞ୍ଚ ପ୍ରଶାନ୍ତ କୁମାର ପରିଡା,ରାଜେନ୍ଦ୍ର ଭୂୟାଁ,ମହେନ୍ଦ୍ର କୁମାର ଗୌଡ଼,ନାରାୟଣ ସୁମନ୍ତରାୟ,ବୁଲୁ ପଣ୍ଡା,ବୁଲା ଜେନା,ଭବାନୀ ଶଙ୍କର ପଟ୍ଟନାୟକଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)