ଶାନ୍ତି ଶୃଙ୍ଖଳାର ସହିତ ଉଦଯାପିତ ହେଲା ଦୋଳଯାତ୍ରା;ନିଜସ୍ୱ ମନ୍ଦିରକୁ ଫେରିଲେ ଚନ୍ଦ୍ରଶେଖର ଓ ମଦନମୋହନ ।

0 59

ବେଗୁନିଆପଡା,୦୫/୦୩(ପିପିଟି): ଦୀର୍ଘ ସାତଦିନର ଯାତ୍ରା ଶେଷ କରି ଗୁରୁବାର ନିଜସ୍ୱ ମନ୍ଦିରକୁ ଫେରିଲେ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ବିଜେ ପ୍ରତିମା ଚନ୍ଦ୍ର ଶେଖର ଏବଂ ଜଗନ୍ନାଥ ଙ୍କ ବିଜେ ପ୍ରତିମା ମଦନ ମୋହନ,ଦୀର୍ଘ ଦିନର ଏହି ଯାତ୍ରା ରେ ଅଞ୍ଚଳ ତଥା ଅଞ୍ଚଳ ବାହାର ଯାତ୍ରାପ୍ରେମୀ ତଥା ଭକ୍ତଙ୍କ ସମାଗମ ଲାଗି ରହିଥିବା ବେଳେ କୋଦଳା ପୋଲିସର ଦାଇତ୍ୱ ବୋଧ ଉଚ୍ଚକୋଟିର ଥିଲା, ପୋଲିସ ପ୍ରଶାସନ ର ନିଷ୍ପତ୍ତି ପ୍ରକାରେ କୋଦଳାର ମୁଖ୍ୟଯାତ୍ରା ରେ ଆତସବାଜି ପ୍ରଦର୍ଶନ ବନ୍ଦ ରହିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତ ଲୀଳା ସାଙ୍ଗକୁ ରାମାୟଣ ନାଟକ ଯାତ୍ରାପ୍ରେମୀଙ୍କୁ ଭରପୁର ଉତ୍ସାହ ର ଖୋରାକ ଯୋଗାଇଥିଲା । ଗଞ୍ଜାମ ଜିଲ୍ଲା କୋଦଳାରେ ଫେବୃଆରୀ ୨୭ ତାରିଖରୁ ଧୁମଧାମ ରେ ଚାଲିଥିବା ଦୋଳଯାତ୍ରାରେ କୋଦଳା ବିଜେ ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବ ଏବଂ ବିଶ୍ୱ ନିୟନ୍ତା ଜଗତର ନାଥ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ପ୍ରତ୍ୟକ ଦିନ ବିଳମ୍ବିତ ରାତ୍ର ରେ ଘଣ୍ଟ ମୃଦଙ୍ଗ,ଢୋଲବାଦ୍ୟ, ଛତି, ତରାସ ଏବଂ ପଶୁମୁଖା ଧାରୀଙ୍କ ସହିତ ବିରାଟ ପଟୁଆର ରେ ନିଜ ନିଜର ସୁ ସଜ୍ଜିତ ସ୍ୱତନ୍ତ୍ର ଚୌଦୋଳ ବିମାନ ରେ ନିଜ ନିଜ ମନ୍ଦିରରୁ ବାହାରି ଗ୍ରାମର ପ୍ରତ୍ୟକ ଦୁଆରୁ ଭୋଗ ଖାଇ ଯାତ୍ରାପଦାରେ ହରିହର ଭେଟ ହୋଇ ସମସ୍ତ ଗ୍ରାମ ପରିକ୍ରମା କରି ପନ୍ତିଭୋଗ ଖାଇବା ସହିତ ରାଜାଗ୍ନୀ ରେ ଅଗ୍ନି ସଂଯୋଗ କରି ନିଜ ନିଜ ମନ୍ଦିରକୁ ଫେରୁଥିବା ବେଳେ ମଙ୍ଗଳବାର ଗ୍ରହଣରେ ଦିନସାରା ମନ୍ଦିର ରେ ରହି ବୁଧବାର ବିଳମ୍ବିତ ରାତ୍ରରେ ପୁଣି ବାହାରି ଗ୍ରାମ ପରିକ୍ରମା କରିବା ସହିତ ଯାତ୍ରାମଣ୍ଡପରେ ପ୍ରବେଶ କରିଥିଲେ । ସେହି ସମୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଉଭୟ ପକ୍ଷର ଆଲୋକ ସଜ୍ଜା ଆକର୍ଷଣୀୟ ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.