ଶାନ୍ତିପୂର୍ଣ୍ଣ ଭାବେ ଭଞ୍ଜନଗର ବନ୍ଦ ସଫଳ ।

0 269

ଭଞ୍ଜନଗର,୧୨/୦୨(ପିପିଟି):କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତିକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧରେ କରି ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଭଞ୍ଜନଗର ସହରରେ ମଧ୍ୟ ପଡ଼ିଛି। ବାମପନ୍ଥୀ ସଂଗଠନ ଗୁଡ଼ିକ ଆଜି ସକାଳୁ ସକାଳୁ ସହରର ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।ସହର ଦେଇ ବସ, ଟ୍ରକ ଯାତାୟାତ ପୁରା ବନ୍ଦ ରହିଥିଲା।କାଁ ଭାଁ କେତେକ ୨ଚକିଆ ଓ ୪ଚକିଆ ଯାନବାହନ ରାସ୍ତାରେ ଚଳାଚଳ କରୁଥିଲା। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲା ଥିବା ଦେଖି ଆନ୍ଦୋଳନକାରୀ ମାନେ ସେସବୁକୁ ବନ୍ଦ କରିଥିଲେ।ସ୍କୁଲ, କଲେଜ,ଦୋକାନ ଓ ବଜାର ପ୍ରାୟତଃ ବନ୍ଦ ରହିଥିଲା। କଂଗ୍ରେସ ପକ୍ଷରୁ ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀ, ଦେବୀ ବିଷୋୟୀ, ବିକ୍ରମ ବିଷୋୟୀ, ବାମ ପନ୍ଥୀ ନେତା ନିରାକାର ନାୟକ ଓ ଅନ୍ୟମାନେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ପୋଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ବିଭିନ୍ନ ଛକରେ ପୋଲିସ କର୍ମଚାରୀମାନେ ମୃତୟନ ଥିଲେ।ପ୍ରାୟତଃ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ଆଜିର ବନ୍ଦ ସଫଳ ହୋଇଥିବା ଜଣାପଡିଛି।

ରିପୋର୍ଟ୍ -ଜୟକୃଷ୍ଣ ପଟ୍ଟନାୟକ

Leave A Reply

Your email address will not be published.