କୋଦଳା,୦୧/୦୯(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ବିଜେ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ପରିସର ରେ ଥିବା ଶନିଶ୍ଚର ଦେବଙ୍କ ୧୧ ତମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଧୁମ ଧାମ ରେ ପାଳିତ ହୋଇଯାଇଛି! ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ବି ବାର୍ଷିକ ଉତ୍ସବ ପାଳନ କରାଯାଇଛି । ପ୍ରତ୍ୟୁଷରୁ ମହାଦେବଙ୍କୁ ସ୍ନାନ କରାଇ ନୀତିକାନ୍ତି ଶେଷ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ମହାଦେବଙ୍କ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀଙ୍କ ପୌରୋହିତ୍ୟରେ, ରମେଶ ଶତାପଥି,ରଘୁନାଥ ଶତପଥୀ, ମଣ୍ଟୁ ଦାଶ, ଶ୍ରୀକାନ୍ତ ପାଢ଼ୀ,ଅମିତ କୁମାର ଦାଶ, ସନ୍ତୋଷ ଶତପଥୀ ଭଳି ବିଦ୍ୱାନ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନୀରେ ପୂଜାପଦ୍ଧତି, ହୋମ,ଆରତୀ, ପୁଷ୍ପାଞ୍ଜଳି ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉତ୍ସବର କର୍ତ୍ତା ଭାବେ ସୂର୍ଯ୍ୟ ନାରାୟଣ ବଡୁ, ସହ ଧର୍ମିଣୀ ସବିତା ବଡୁ ସୁଚାରୁରୂପେ ନିଜର ଦାଇତ୍ୱ ତୁଲାଇଥିବା ବେଳେ ପୂଜକ କୈଳାଶ ଚନ୍ଦ୍ର ପାଢ଼ୀ ଓ ଦଣ୍ଡିଶ୍ୱର ମନ୍ଦିର ର ସମସ୍ତ ସେବାୟତ ସମ୍ପୂର୍ଣ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ହୋଇଥିବା ବେଳେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।