ବୋଲଗଡ଼,୨୩/୧୦(ପିପିଟି):ଦଶହରା ଓଡି଼ଶାର ଏକ ପାଳିତ ଗଣପର୍ବ ପୁରାଣ ଅନୁସାରେ ଭାରତରେ ପ୍ରତିବର୍ଷ ଦୁଇଥର ଦଶହରା ପର୍ବର ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥାଏ। ଶରତଊତୁ ଆଶ୍ୱିନ ମାସର ଶୁକ୍ଳପକ୍ଷରେ ଶାରଦୀୟ ଦୁର୍ଗାପୂଜା ହୋଇଥିବା ବେଳେ ବସନ୍ତ ଋତୁ ଚୈତ୍ର ମାସ ଶୁକ୍ଳପକ୍ଷରେ ବାସନ୍ତୀୟ ଦୁର୍ଗା ପୂଜା ହୋଇଥାଏ। କିନ୍ତୁ ଭାରତର ପୁର ପଲ୍ଲୀ ରେ ସାର୍ବଜନୀନ ପୂଜା ରୁପେ ଶାରଦୀୟ ଦୁର୍ଗାପୂଜା ହିଁ ଅଧିକ ଲୋକପ୍ରିୟ ଅର୍ଜନ କରିଛି।ଏହି ଶାରଦୀୟ ଦୁର୍ଗାପୂଜା ଅବସରରେ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ ଉପକରଣ ହଳ, ଲଙ୍ଗଳ,କୋଡି଼,ଫାଉଡା,ଦା,କଟୁରି ଇତ୍ଯାଦି ପୂଜା କରାଯାଇଥାଏ।ଏହି ପରିପ୍ରେକ୍ଷୀରେ ବୋଲଗଡ଼ ବ୍ଳକ ଅଞ୍ଚଳ ରେ ଶାରଦୀୟ ଦୁର୍ଗାପୂଜା ଅବସରରେ ବିଭିନ୍ନ ଶକ୍ତିପୀଠ ଗୁଡିକ ରେ ମା ଙ୍କର ଅଷ୍ଟମୀ,ନବମୀ ଦଶମୀ ପୂଜା ନିତୀ ପାଳିତ ହେଉଥିବା ବେଳେ ବିଭିନ୍ନ ପୂଜାମଣ୍ଡପ ଗୁଡିକ ରେ ମା ମହିଷାମର୍ଦିନୀଙ୍କର ପୂଜା ଚାଲୁ ଅଛି। ବୋଲଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀ,କୋସଳାସୁଣୀ,ହାତିଆସୁଣୀ ଙ୍କ ପୀଠରେ ପୂଜା ଉତ୍ସବ ପାରମ୍ପରିକ ଭାବେ ରୀତି ନୀତି ରେ ପାଳନ କରା ଯାଇଛି। ସେହିପରି ପୂଜା ମଣ୍ଡପରେ ବାଙ୍କୋଇ,କୁମ୍ଭାରି, ସାଗରଗୁଆଁ,ଆରିକମା,ହାଟବସ୍ତ,ସାନପଦର, ସଂମପୁର,ଏବଂ ମାଣିକାଗୋଡା ପୂଜା ମଣ୍ଡପ ଗୁଡିକରେ ମା ଦୁର୍ଗାଙ୍କର ଧୁମ୍ ଧାମ ପୂଜା ପାଳନ କରାଯାଉଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)