ସୁବର୍ଣ୍ଣପୁର ,୧୬/୦୪(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ଵଲାଡି ରେ ଭାରତୀୟ ରେଡ କ୍ରସ ଓଡ଼ିଶା ଶାଖା ଓ ଜିଲ୍ଲା ଜୁନିୟର ରେଡ୍ କ୍ରସ ଆହ୍ଵାନ କ୍ରମେ ତଥା ଜିଲ୍ଲା ଜୁନିୟର ରେଡ କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଙ୍କ ମାର୍ଗଦର୍ଶନ ରେ ପ୍ରାଥମିକ ଚିକିତ୍ସା ତାଲିମ ଆୟୋଜିତ ହୋଇଯାଇଛି। ପ୍ରଧାନଶିକ୍ଷକ ସତ୍ୟଜିତ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସାଧନକର୍ମୀ ଚନ୍ଦ୍ର ଶେଖର ମହାପାତ୍ର ଓ ସୋନପୁର ବିସିସି ତଥା ରକ୍ଷକ ସାଧନ କର୍ମୀ ଗୋପେଶ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ମୂର୍ଚ୍ଛା, ସକ୍, ରକ୍ତ ସ୍ରାବ, ରିକୋଭାରି ପୋଜିସନ୍, ଚୋକିଂ, ବ୍ୟାନଡେଜ, ରୋଗୀ ସ୍ଥାନାନ୍ତରଣ, ନିଆଁ ରୁ ସୁରକ୍ଷା, ରକ୍ଷକ, ଗୁଡସମରିତାନ, ଅଂଶୁଘାତ ଇତ୍ୟାଦି ବିଷୟରେ ତାଲିମ ଦେଇଥିଲେ। ଆକସ୍ମିକ ଦୁର୍ଘଟଣା ହେଲେ ନିଜକୁ କିଭଳି ସୁରକ୍ଷିତ ରଖିବା ଓ ଅମୂଲ୍ୟ ଜୀବନ ବଞ୍ଚାଇ ପାରିବ ସେ ଦିଗରେ ଆଜିର ଏହି ତାଲିମ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଶିବାରାର୍ଥି ବୃନ୍ଦ ମତବ୍ୟକ୍ତ କରିଛନ୍ତି l ଜୁନିୟର ରେଡ କ୍ରସ ପରାମର୍ଶ ଦାତା ବ୍ୟାସଦେବ ଭୁଏ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଜଳେନ୍ଦ୍ର ସାହୁ, ପ୍ରମୋଦ କୁମାର ସାହୁ, ସଂଗ୍ରାମ ମିଶ୍ର, ସୁଶାନ୍ତ ଦାସ, ଜଗନ୍ନାଥ ପଣ୍ଡା, ପ୍ରାଣ ବନ୍ଧୁ ବେଜ, କିଶନଲାଲ ପଧାନ, ରାଧାକାନ୍ତ ମାନହିରା ଓ ସ୍କୁଲ କର୍ମଚାରୀ ସଦାନନ୍ଦ, ଜପେନ୍ଦ୍ର, ନବୀନ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥଲେ। ପରିଶେଷରେ ଶିକ୍ଷକ ସଂଗ୍ରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ