ବ୍ରହ୍ମପୁର,୨୭/୧୦(ପିପିଟି):ଅପରାହ୍ନ ୪ ଘଟିକା ସମୟରେ ଉତ୍କଳ ଆଶ୍ରମ ସଭାଗୃହରେ ବନକୁସୁମ ଶିଶୁ ସାହିତ୍ୟ ପ୍ରତିଷ୍ଠାନର ମାସିକ ସାହିତ୍ୟ ଆସର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଉମାଚରଣ ମିଶ୍ର ସଭାପତିତ୍ବ କରିଥିଲେ । ଋଷିକୂଲ୍ୟା ମହାବିଦ୍ୟାଳୟ ସୋରଡ଼ା ର ଓଡ଼ିଆ ଅଧ୍ୟାପକ ଧର୍ମେନ୍ଦ୍ର ନାଥ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ପ୍ରଦିପ ପ୍ରଜ୍ଜଳନ କରି ଆସରକୁ ଆରମ୍ଭ କରି ଥିଲେ। ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ମଞ୍ଚ ସଞ୍ଚାଳନ କରିବା ସହ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ବିଶିଷ୍ଟ କବି ପ୍ରଫୁଲ୍ଲ କୁମାର ମହାପାତ୍ର।ଆଲୋଚକମାନେ ଚଳନ୍ତି ଶତାବ୍ଦୀର ଶିଶୁ ସାହିତ୍ୟ ସମ୍ପର୍କରେ ଅନେକ କଥା ଉପସ୍ଥାପନା କରିଥିଲେ। ଯେଉଁ ସାହିତ୍ୟ ଶିଶୁ ପାଇଁ ଉଧୃଷ୍ଟ ତାହା ଶିଶୁ ସାହିତ୍ୟ।ଲୋକ ସାହିତ୍ୟର ଗଣ୍ଡିରୁ ସୃଷ୍ଟି ହୋଇଅଛି ଶିଶୁ ସାହିତ୍ୟ ପରି ଅନେକ ଲୈଖିକ ସାହିତ୍ୟ।ଇ ପ୍ରଫୁଲ୍ଲ କୁମାର ତ୍ରିପାଠୀ,ଭଗବାନ ତ୍ରିପାଠୀ ପ୍ରସଙ୍ଗ ସମ୍ବନ୍ଧୀୟ କିଛି ମତ ରଖିଥିଲେ। କବିତା ପାଠୋତ୍ସବର ସଂଯୋଜନା ଦାୟିତ୍ୱରେ ଥିଲେ ଶିକ୍ଷୟିତ୍ରୀ ଜୋତ୍ସ୍ନାମୟୀ ଦେବୀ । ଏହି କାର୍ଯ୍ୟକ୍ରମରେ ଉଭୟ ଗଳ୍ପ ଓ କବିତା ପଠନ ହୋଇଥିଲା ।ପରିଶେଷରେ ଆଇନଜୀବୀ ମନୋଜ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥଲେ।