ସୁବର୍ଣ୍ଣପୁର ,୦୩/୦୮(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ବିଲ୍ ପାସ୍ ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ ଟିମ୍ l ସୂଚନା ଅନୁସାରେ, ଫାର୍ମ ପୋଖରୀର ମଷ୍ଟର ରୋଲ ପ୍ରସ୍ତୁତ କରିବାକୁ କାଦୋଦର ପଂଚାୟତ ବିରସିଂହପୂର ଗ୍ରାମର ଜଣେ ହିତାଧୀ କାରୀ ରାମଚନ୍ଦ୍ର ମହାକୁର ଙ୍କ ଠାରୁ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା। କୌଣସି ଉପାୟ ନପାଇ ଶ୍ରୀ ମହାକୁର ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ । ଯୋଜନା ମୁତାବକ ଆଜି ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେଠାରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା । ଭିଜିଲାନ୍ସ ଟିମ ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁଧାଂଶୁଙ୍କର ଅଫିସ ଓ ବାସଭବନ ସମେତ ଦୁଇଟି ଠିକଣାରେ ଚଢାଉ କରିଛି l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ