ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ।

0 209

କୋଦଳା,୨୧/୦୩(ପିପିଟି): କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ଥାନା ଅଧିକାରୀ ସୁବାସ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଏସଆଇ ଅମୁଲ୍ୟ ରତ୍ନ ବୀର ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା କୌଶଳର ସଦୁପଯୋଗ ସମ୍ପର୍କରେ ସଚେତନ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଛାତ୍ରୀ ମାନଙ୍କ ଜୀବନରେ ଆତ୍ମସୁରକ୍ଷା କୌଶଳର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ, କାର୍ଯ୍ୟକ୍ରମ ପ୍ରାରମ୍ଭରେ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ରଞ୍ଜୁବାଳା ନନ୍ଦ ଛାତ୍ରୀମାନଙ୍କ ସୁରକ୍ଷା ନେଇ ଉପାଦେୟ ବାର୍ତ୍ତା ଦେଇଥିଲେ ଅନ୍ୟାନ୍ୟ ଅତିଥି ଭାବରେ ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିନୋଦ କୁମାର ମିଶ୍ର, ଅନ୍ତର୍ନିହିତ ଗୁଣାବଳୀ ସଂଯାଜକ ଅଧ୍ୟାପକ ସପନ କୁମାର ଦାଶ, ଇଂରାଜୀ ଅଧ୍ୟାପକ ପ୍ରଶାନ୍ତ କୁମାର ମହାପାତ୍ର ଯୋଗଦେଇ ଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇଥିଲେ । ପ୍ରଶିକ୍ଷିକା ଭାରତୀ ଗୌଡ଼ ଛାତ୍ରୀମାନଙ୍କ ଆତ୍ମରକ୍ଷା ନିମନ୍ତେ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ସଂଯୋଜନା କରିଥିବା ବେଳେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଯାଇ ପରିଶେଷରେ ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.