କୋଦଳା,୨୧/୦୨(ପିପିଟି): ଶୁକ୍ରବାର କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସର ରେ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ସଭା କାର୍ଯ୍ୟକୁ ଉଦଘାଟିତ କରି ମାତୃଭାଷା ଦିବସରେ ମାତୃଭାଷାର ମହତ୍ୱ ବିଷୟରେ ଆଲୋକପାତ କରିଥଲେ । ସମ୍ମାନନୀୟ ଅତିଥି ଭାବରେ ଅଧ୍ୟାପକ ଡକ୍ଟର ବିଷ୍ଣୁନାରାୟଣ ସେଠି,ଅଧ୍ୟାପକ ସପନ କୁମାର ଦାଶ,ଅଧ୍ୟାପିକା ରଞ୍ଜୁବାଳା ନନ୍ଦ, ଡକ୍ଟର ଜ୍ୟୋସ୍ନା ରାଣୀ ସାହୁ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା, ପ୍ରଚାର,ପ୍ରସାର ଓ ସମୃଦ୍ଧି ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ କରିବା ନିମନ୍ତେ ଓଡ଼ିଆ ରଚନା ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ