କୋଦଳା,୨୧/୦୬(ପିପିଟି): ଶୁକ୍ରବାର ଦିନ ସକାଳ ୭ ଘଟିକା ସମୟରେ କୋଦାଳସ୍ଥିତ ଲଷ୍ମୀନାରାୟଣ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ପରିଚାଳନା ପରିଷଦର ସଭାପତି ଏସ ସୂର୍ଯ୍ୟନାରାୟଣ ଦୋରା ଯୋଗଦେଇ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଆଗେଇ ନିଆଯାଇଥିଲା । ଯୋଗ ପ୍ରଶିକ୍ଷକ ଭାବେ ଓମ ଶାନ୍ତି ବ୍ରହ୍ମ କୁମାର ଦୀନବନ୍ଧୁ ଭୂୟାଁ ଉପସ୍ଥିତ ରହି ଯୋଗ ସମ୍ପର୍କୀୟ ମାନସିକ ପ୍ରେରଣା ଯୋଗାଇଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଯୋଗର ସମସ୍ତ ସୂତ୍ର ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ବିଭିନ୍ନ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଉପସ୍ଥିତ ରହି ଯୋଗ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଆଲୋଚନା କରିଥିଲେ । ପରିଚାଳନା ପରିଷଦର ସଭାପତିଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ନେଇ ଅନ୍ତର୍ଜାତୀୟ ଯୋଗ ଦିବସର ଶପଥ ପାଠ କରାଯାଇ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଗଲା । ପରିଶେଷରେ କାର୍ଯ୍ୟକ୍ରମର ସଂଯୋଜକ ଡାକ୍ତର ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ସଭାସାଙ୍ଗ କରାଗଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)