ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ।

0 296

କୋଦଳା,୧୯/୧୨(ପିପିଟି):ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୋଦଳା ଠାରେ ଯୁବ ଓଡିଶା -ନବୀନ ଓଡିଶା ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର କଲେଜ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଡାକ୍ତର ମନୁ ସଙ୍ଗତ ମାରାଣ୍ଡିଙ୍କ ଉପସ୍ଥିତିରେ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଏସ. ସୂର୍ଯ୍ୟ ନାରାୟଣ ଦୋରା ରିବନ କାଟି ଅନୁଷ୍ଠାନିକ ଭାବେ ଉଦଘାଟନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସାମାଜିକ କାର୍ଯ୍ୟକ୍ରମ ବିଭାଗ ର ନୋଡାଲ ଅଧିକାରୀ ସାଗରୀକା ସାହୁଙ୍କ ପରିଚାଳନାରେ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ୩୩ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ରକ୍ତ ସଂଗ୍ରହ ରେ ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ରିଙ୍କୁ ସାହୁ, ଏସ କେ ପଣ୍ଡା, ଏ କେ ବାଜୁବନ୍ଧ,ବିବି କାର୍ଜି ପ୍ରମୁଖ ସହଯୋଗ କରିଥିଲେ । ନୋଡାଲ ଅଧିକାରୀ ଅଧ୍ୟାପିକା /ଅଧ୍ୟାପକ ରଞ୍ଜୁ ବାଳା ନନ୍ଦ, ଡ଼ଃ ପ୍ରଦୀପ କୁମାର ପଣ୍ଡା, ସାଗର ଚାନ୍ଦ ପାତ୍ର, ଡ଼ଃ ବିଷ୍ଣୁ ନାରାୟଣ ସେଠୀ, ବିନୋଦ କୁମାର ମିଶ୍ର, ସପନ କୁମାର ଦାଶ,ପି. ସତ୍ୟ ନାରାୟଣ ପାତ୍ର, କାହ୍ନୁ ଚରଣ ସ୍ୱାଇଁ, କେଶବ ଚନ୍ଦ୍ର ପାଳ, ମନୀଷା ପଟ୍ଟନାୟକ,ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପିକା ରଞ୍ଜୁବାଳା ନନ୍ଦଙ୍କ ତତ୍ୱାବଧାନରେ କଳା, କାରିଗରୀ ଓ ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଚାରକ ଭାବେ ଅଧ୍ୟାପିକା ଅପରାଜିତା ପାତ୍ର, ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଓ ଅଧ୍ୟାପକ ସପନ କୁମାର ଦାଶ ଦାଇତ୍ୱ ନେଇଥିଲେ ତତ ସହିତ କ୍ରୀଡା ବିଭାଗ ନୋଡାଲ ଅଫିସର ଡ଼ଃ ପ୍ରଦୀପ କୁମାର ପଣ୍ଡାଙ୍କ ତତ୍ୱାବଧାନ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚେସ ଓ କ୍ୟାରେମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ଅଧ୍ୟାପକ ପି. ସତ୍ୟ ନାରାୟଣ ପାତ୍ର, କାହ୍ନୁ ଚରଣ ସ୍ୱାଇଁ ଓ କାହ୍ନୁ ଚରଣ ପାଳ ଓ କେଶବ ଚରଣ ପାଳ ଉପସ୍ଥିତ ଥିଲେ ।

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.