କୋଦଳା,୧୮/୧୨(ପିପିଟି):ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୋଦଳା ଠାରେ ଯୁବ ଓଡିଶା -ନବୀନ ଓଡିଶା ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ତୃତୀୟ ଦିନରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ତତ୍ୱାବଧାନ ରେ ରଙ୍ଗୋଲି, ଫେସନ ଓ ହାସ୍ୟରସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ସାଂସ୍କୃତିକ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପିକା ରଞ୍ଜୁବାଳା ନନ୍ଦ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଗୃହଲକ୍ଷ୍ମୀ ସାହୁ , ଡାକ୍ତର ଜ୍ୟୋଛନା ରାଣୀ ସାହୁ,ବର୍ଷା ମହାନ୍ତି ବିଚାରପତି ଭାବେ ସ୍ଥାନ ଅଳଙ୍କୃତ କରିଥିଲେ । ଏତଦବ୍ୟତୀତ ଅଧ୍ୟାପକ ସପନ କୁମାର ଦଶ,ଡାକ୍ତର ବିଷ୍ନୁନାରାୟଣ ସେଠି,ସାଗର ଚାନ୍ଦ ପାତ୍ର, ଅପରାଜିତା ପାତ୍ର,ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଆଦି ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ତତସହିତ କ୍ରୀଡା ପ୍ରତିଯୋଗିତାର ତୃତୀୟ ଦିନରେ ଉଭୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଚ୍ଚ ଦିଅଁ,କବାଡି, ଚେସ,କ୍ୟାରମ ,ସ୍କିପ୍ପୀଙ୍ଗ ଅନୁଷ୍ଠିତ ହୋଇଯାଇଛି କ୍ରୀଡା ବିଭାଗର ନୋଡାଲ ଅଧିକାରୀ ଅଧ୍ୟାପକ ଡଃ ପ୍ରଦୀପ କୁମାର ପଣ୍ଡା ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରତ୍ନାକର ପ୍ରଧାନ, ଭବାନୀ ଶଙ୍କର ଆଚାର୍ଯ୍ୟ,କାହ୍ନୁ ଚରଣ ସ୍ୱାଇଁ ,କେଶବ ଚନ୍ଦ୍ର ପାଲା, ସାଗରିକ ଦାଶ, ତପସ୍ୱିନୀ କାରଣ, ସୁସ୍ମିତା ମହାପାତ୍ର, ମନୀଷା ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।
(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)