ଲଷ୍ମୀନାରାୟଣ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ଆଲୋଚନା ଚକ୍ର ।

0 292

କୋଦଳା,୧୯/୧୧(ପିପିଟି):କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ ବିଜ୍ଞାନ ବିଭାଗର ଆଲୋଚନାଚକ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱ ତଥା IQAC ର ସଂଯୋଜଗ ଡ଼ଃ ବିଷ୍ନୁନାରାୟଣ ସେଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି । ଆଲୋଚନା ଚକ୍ରର ବିଷୟ ଥିଲା “Nature the source of true knowledge” ଏଥିରେ ସାଧନା କର୍ମି ଭାବରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଦିବାକର ମିଶ୍ର ଯୋଗ ଦେଇ ବିଷୟ ବସ୍ତୁକୁ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ । ଏଥିରେ ପରି କଳ୍ପନା ପରିଷଦର ସଭାପତି ଏସ. ସୂର୍ଯ୍ୟନାରାୟଣ ଦୋରା ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆଲୋଚନା ଚକ୍ରରେ ଅଧ୍ୟାପିକା ଅପରାଜିତା ପାତ୍ର ସଂଯୋଜନା କରଥିବାବେଳେ ଅଧ୍ୟାପିକା ପ୍ରିୟଦର୍ଶିନୀ ସାହୁ ପରିଚାଳନା କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ରତ୍ନାକର ପ୍ରଧାନ ଏବଂ ଅଧ୍ୟାପକ ଭବାନୀ ଶଙ୍କର ଆଚାର୍ଯ୍ୟ ସହିତ ବିଜ୍ଞାନ ବିଭାଗର ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଆଲୋଚନା ଚକ୍ରକୁ ଶୃଙ୍ଖଳାର ସହିତ ଆଗେଇ ନେଇଥିଲେ ଶେଷରେ ଅଧ୍ୟାପିକା ମନୀଷା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.