ଭଞ୍ଜନଗର, ୨୦/୦୧(ପିପିଟି):ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହି ପଞ୍ଚାୟତ ଅଫିସ ଛକରେ ୨୪ପ୍ରହର ଅଖଣ୍ଡ ନାମଯଜ୍ଞର ଆୟୋଜନ କରାଯାଇଛି।ଏଥି ନିମନ୍ତେ ସୋମବାର କଳସ ଯାତ୍ରା ସମ୍ପନ୍ନ ହୋଇଛି।ଏଥିରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୭୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ନିକଟସ୍ଥ ଲୋହରାଖଣ୍ଡି ନଦୀରୁ ଜଳ ସଂଗ୍ରହ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଏହା ଆସନ୍ତା ୨୩ତାରିଖରେ ସମାପନ ହେବ ବୋଲି ଜଣାପଡ଼ିଛି।ଏଥିରେ ତୁଳସୀ ପଲି,ରାଜନ ପଲି,ବାଦ ଗଡ଼, ଡେଙ୍ଗା ପଦର,ଘୁ. ନୂଆଗାଁ ସମେତ କଳିଙ୍ଗାର ଏକ ମହିଳା ସଂକୀର୍ତ୍ତନ ମଣ୍ଡଳୀ ନାମ ଯଜ୍ଞରେ ଯୋଗ ଦେଇଛନ୍ତି।ଅନ୍ନ ଯଜ୍ଞରେ ପରିଚାଳନା କମିଟି ତରଫରୁ ପ୍ରତ୍ୟେକ ଦିନ ପ୍ରାୟ ୧୦ ହଜାର ଲୋକଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।ଏହି ଧାର୍ମିକ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)